ସ୍ମୃତି- ସୋନାଲି ସ୍ୱପ୍ନା ପାତ୍ର

Views: 18
0 0
Read Time:1 Minute, 45 Second

ଇଚ୍ଛା ହୁଏ ଅତୀତର ଗର୍ଭରେ
ଲୀନ ହୋଇଯିବାକୁ,
ଫେରାଇ ଆଣିବାକୁ ମୋର ସେହି
ଜୀବନକୁ,ଯାହା ସୀମିତ ଥିଲା
ପରିବାରର ସ୍ନେହରେ,
ଆଉ କିଛି ନିର୍ଜୀବ ଖେଳନା ମଧ୍ୟରେ ।
ବର୍ତ୍ତମାନର ଜୀବନ ମୋତେ
ଅସ୍ତ ବ୍ୟସ୍ତ କରିସାରିଲାଣି,
ବଞ୍ଚିବାର ଲୋଭ ଦେଖାଇ
ଅପେକ୍ଷାର ଗର୍ତ୍ତରେ ପୋତି ଦେଇଛି ।
ହେ ସମୟ!!!
ନେହୁରା ହେଉଛି ପାଦତଳେ ତୋର
ଫେରାଇ ଦେ ସେହି ସବୁକିଛି,
ଯାହା ତୋରି ପୃଷ୍ଠାରେ ଲୁକାୟତ ହୋଇ ରହିଛି,
ଆଉ ମୋ ପାଇଁ ସ୍ମୃତି ହୋଇ ମନକୁ
ଆନ୍ଦୋଳିତ କରୁଛି ।
ଖାଲି ସେତିକି ନୁହେଁ;
ମୋର ଅଧୁନା ଜୀବନଶୈଳୀକୁ ନେଇ
ପରିହାସ ମଧ୍ଯ କରୁଛି ।

ସୋନାଲି ସ୍ୱପ୍ନା ପାତ୍ର

ବଡମ୍ବା, କଟକ

Share this :
Next Post

ମୁଁ ଯଦି - ଅର୍ଜୁନ ଦାସ

ମୁଁ ଯଦି ପକ୍ଷୀ ଟେ ହୋଇଥାନ୍ତି ଗଗନେ ଘୁରି ଦେଖି ଆସିଥାନ୍ତି କି ସୁନ୍ଦର ଆହା ସେ ପ୍ରାକୃତିକ ଭେଷ ଭୂଷା ।। ମୁଁ ଯଦି ଫୁଲ ଟେ ହୋଇଥାନ୍ତି ନିତି ପ୍ରଭାତେ ପ୍ରଭୁ ପାଦତଳେ ଲାଗି କରି ସତେ ମୁଁ ସ୍ଵର୍ଗୀୟ ସୁଖ ଭୋଗନ୍ତି ।। ମୁଁ ଯଦି ଗଛ ଟେ ହୋଇଥାନ୍ତି ଖରା ବରଷା ରେ ସାହା ହୋଇ ସତେ ମୁଁ ଛାଇ ଟିକେ ଦେଇଥାନ୍ତି ।।। […]

Subscribe US Now