ମୁଁ ଯଦି – ଅର୍ଜୁନ ଦାସ

Views: 8
0 0
Read Time:57 Second

ମୁଁ

ଯଦି
ପକ୍ଷୀ ଟେ
ହୋଇଥାନ୍ତି
ଗଗନେ ଘୁରି
ଦେଖି ଆସିଥାନ୍ତି
କି ସୁନ୍ଦର ଆହା ସେ
ପ୍ରାକୃତିକ ଭେଷ ଭୂଷା ।।

ମୁଁ
ଯଦି
ଫୁଲ ଟେ
ହୋଇଥାନ୍ତି
ନିତି ପ୍ରଭାତେ
ପ୍ରଭୁ ପାଦତଳେ
ଲାଗି କରି ସତେ ମୁଁ
ସ୍ଵର୍ଗୀୟ ସୁଖ ଭୋଗନ୍ତି ।।

ମୁଁ
ଯଦି
ଗଛ ଟେ
ହୋଇଥାନ୍ତି
ଖରା ବରଷା ରେ
ସାହା ହୋଇ ସତେ ମୁଁ
ଛାଇ ଟିକେ ଦେଇଥାନ୍ତି ।।।

ଅର୍ଜୁନ ଦାସ, କଟକ

Share this :
Next Post

କୋଣାର୍କ କନ୍ୟା - ବେଣୁଧର ସୂତାର

କମନୀୟ କାନ୍ତି ମୁଁ ଲାବଣ୍ୟବତୀ ନିରାଶାରେ ମୁଁ ଯେ ଆଶା କବି କଲମର ଅମିୟ ଧାରା ମୁଁ ମୁଗ୍ଧ ମଧୁର ଭାଷା ବିଧୁର ପ୍ରାଣର ତୃଷା କବିତା ଛଳରେ ଲେଖିଦେଇଛି ମୁଁ ମୋ ମନର ପରିଭାଷା ।। ମୁକୁଳାଯୌବନା ଲାସ୍ୟନଟୀମୁଁଯେ କୋଣାରକ ଶିଳା ଗାତ୍ରେ ଶ୍ୟାମନୀଳ ତନୁ ପ୍ରୀତି ଜର ଜର କମନୀୟ କାମସୂତ୍ରେ ।। ଅସରନ୍ତି କଳ୍ପନାର ଚିତ୍ର ମୋନୟନ ନୀଳ ଉପକୂଳେ ନାହିଁ ମନେ ଛଳନାର ଗନ୍ଧ […]

Subscribe US Now