କୋଣାର୍କ କନ୍ୟା – ବେଣୁଧର ସୂତାର

Views: 19
0 0
Read Time:2 Minute, 58 Second

କମନୀୟ କାନ୍ତି ମୁଁ ଲାବଣ୍ୟବତୀ
ନିରାଶାରେ ମୁଁ ଯେ ଆଶା
କବି କଲମର ଅମିୟ ଧାରା ମୁଁ
ମୁଗ୍ଧ ମଧୁର ଭାଷା
ବିଧୁର ପ୍ରାଣର ତୃଷା
କବିତା ଛଳରେ ଲେଖିଦେଇଛି ମୁଁ
ମୋ ମନର ପରିଭାଷା ।।
ମୁକୁଳାଯୌବନା ଲାସ୍ୟନଟୀମୁଁଯେ
କୋଣାରକ ଶିଳା ଗାତ୍ରେ
ଶ୍ୟାମନୀଳ ତନୁ ପ୍ରୀତି ଜର ଜର
କମନୀୟ କାମସୂତ୍ରେ ।।
ଅସରନ୍ତି କଳ୍ପନାର ଚିତ୍ର
ମୋନୟନ ନୀଳ ଉପକୂଳେ
ନାହିଁ ମନେ ଛଳନାର ଗନ୍ଧ
ନି଼ଃସଙ୍ଗ ମୋ ଜୀବନର ଛନ୍ଦ
ପରାଜିତ ତନୁମନ ଜଉବନ ଜଳେ |
ସେଇଜହ୍ନ ସେଇ ରାତି
ଦ୍ବିତୀୟା ଜହ୍ନରେ ପ୍ରୀତି
ପ୍ରୀତିଝରା ମଧୁର ସଙ୍ଗୀତ
ମଧୁ ମଦିରା ର ନିଶା
ମନେ ମୌନ ପରିଭାଷା
ଅଙ୍ଗେ ଅଙ୍ଗେ ରୋମାଞ୍ଚିତ ଶୀତ ।

ବେଳାଭୂମି ବାଲି କୋଳେ
ଅଭିମାନୀ ଛାତି ତଳେ
ଲଭିବାକୁ ପ୍ରିୟତମ
ନୀଳ ଆତ୍ମୀୟତା
ମୁରଲୀ ର ସ୍ବନ ବିନା
କଦମ୍ବ ଫୁଟେନି କି ,ନା
ତଥାପି ମୁଁ ଗାଇଚାଲେ
ଜୀବନର ଅବୁଝା କବିତା ।
ମୁଁ ପରା କୋଣାର୍କ କନ୍ୟା
ପରବାସୀ ଶିଳ୍ପୀର ଦୁହିତା
ଚିର ଅଭିଶପ୍ତା ପ୍ରାଣେ
ନାହିଁମୋ ପୂର୍ଣ୍ଣତା ନାହିଁ ମୋପୂର୍ଣ୍ଣତା
ଅନନ୍ତ ପ୍ରତୀକ୍ଷା ଭରିଦିଏ
ହୃଦେମୋର ନିଃଶବ୍ଦ ଶୂନ୍ୟତା ।

ବେଣୁଧର ସୂତାର
କେଶଦୁରାପାଳ
କେନ୍ଦୁଝର
ଦୂରଭାଷ -୯୧୭୮୫୬୮୨୪୬

Share this :
Next Post

ନୀଳ ନିମନ୍ତ୍ରଣ - ବେଣୁଧର ସୂତାର

ଲଳିତ ଚମକ ନୟନରେ ଯାର ଅୟୁତ ଯୁଗର ତନ୍ଦ୍ରା ଜାଗେ କୁଆଁରୀ ଦେହର କଅଁଳ ମନଟା ନିବିଡ ହୃଦୟ ମମତା ମାଗେ । ଜୋଛନା ପଖଳା ଶାନ୍ତ ବିଭାବରୀ ତୁମରି ପରଶେ ଉଠିବ ଚେଇଁ ମୁଁ ଯେ ପ୍ରତୀକ୍ଷାର ବିଧୁର ତାରୁଣ୍ୟ ନିବିଡ ନିଶିର ଉଦାସୀ କଇଁ । ଭବ ଉପବନେ ପ୍ରେମାମୃତ ପାନେ ନିରବେ ରହିଛି ଯା ପଥ ଚାହିଁ ପ୍ରେମପୀୟୂଷରେ ପୀରତିଅର୍ଘ୍ୟରେ ତନୁତୀର୍ଥ ମୋର ଦେବ ଭିଜାଇ […]

Subscribe US Now