ସନ୍ଦେହ – ଗଗନ କୁମାର ଦାଶ

Views: 22
0 0
Read Time:3 Minute, 3 Second


ସତରେ
ତୁମକୁ ଆପଣେଇ ହୁଏନି
ଯେ ହେତୁ
ଅନେକ କଥା ଅକୁହା ରହିଯାଏ
ବିଶ୍ବାସ କରି ହୁଏନାହିଁ
ଏମିତି ଅନେକ ଅବିଶ୍ବାସ ଭିତରେ ।

ତୁମେ ମିଛ ନଇ ତ
କେତେବେଳେ ଅମାବାସ୍ୟାର ଜହ୍ନ
ମିଛ ମତ୍ସ୍ୟ କନ୍ୟା ତୁମେ
ସମୁଦ୍ରର ଅତଳ ଜଳର
ମିଛ ମରିଚିକା ତୁମେ
ମରୁଭୂମି ବାଲୁକା ଶଯ୍ୟାର
ତୁମେ ମିଛ
ମିଛ ତୁମ ମନ ଓ ହୃଦୟ
ତୁମ ତପସ୍ୟାର ରାତି
ହୁଏ ନାହିଁ ସତ୍ୟତାର ସାତ ରାତି
ତୁମେ ମୋ ଶରୀର ଲୋଭୀ
ଏକ ମାୟାବୀ ହରିଣୀ
ମୋର ହିତ ଶତୃ ସୃପନଖା ଅସୁର ।

ତୁମ ମିଛ ସ୍ବପ୍ନାଦେଶ ପାଇଁ
ଗଢ଼ି ମୁଁ ପାରୁନାହିଁ
ମିଛର କୋଣାର୍କ
ଆଉ କିଣି ମୁଁ ପାରୁନି
ମିଛର ସୁନାର କୁଳେଇ
କି ଖେଳି ମୁଁ ପାରୁନି
ରାଜାରାଣୀ ଖେଳ
ମାଗି ବି ପାରୁନି ଜହ୍ନକୁ
ରୂପେଲି ର ଜ୍ୟୋସ୍ନା ।

ତୁମ ଆଖିରେ
ମେଞ୍ଚା ମେଞ୍ଚା ମିଛ
ତୁମ ଦେହରେ
ବୟସର ମିଛୁଆ ଯୌବନ
ମିଛ ରଙ୍ଗର ମିଛ କୁହେଳିକା
ତୁମ ସବୁ ମିଛ ବୋଲି
ତୁମକୁ ନିଜର କରି ତ ହୁଏନି
ପର ବୋଲି ଭାବି ବି ପାରୁନି
ଅବା
ପଣା ବୋଲି ପିଇ ତ ପାରୁନି
ପାଣି ବୋଲି ଫୋପାଡି ପାରୁନି
ଏଣୁ
ସନ୍ଦେହ ଟା ଖାଇ ଯାଏ
ମୋର ସମସ୍ତ ଶରୀର ।

ଗଗନ କୁମାର ଦାଶ
ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ସାହି
ମୋହନା, ଗଜପତି-୭୬୧୦୧୫

Share this :
Next Post

ତୁମେ ଆଉ ମୁଁ - ସସ୍ମିତା ପଣ୍ଡା

ତୁମେ ସକାଳ ରପହିଲି ମହକେମିଳନର ଆବାହନୀ ।ମହଣେ ମୋହରେପ୍ରଲମ୍ବିତ ଆଶାମୁଁ ଅପେକ୍ଷା ର ସୁରଧ୍ବନୀ ।।ମୁଗ୍ଧ ମନ୍ଦାକିନୀପ୍ରାଣ ତନ୍ତ୍ରେ ତୁମେମୁକ୍ତି ତୀର୍ଥ ସଞ୍ଜିବନୀ ।ଅୟୂତ ଯାତନାମୁଖବନ୍ଧ ମୁଁ ଯେମାୟା ବୃତ୍ତ ସ୍ରୋତସ୍ବନୀ ।ଅନ୍ତରୁ ଅନନ୍ତତନ୍ମୟ ସ୍ବାକ୍ଷରସଂସିଦ୍ଧି ଶାଶ୍ବତ ଝର ।ମୁଁ ଯେ ରଙ୍ଗ ହୀନଚିତ୍ରାଙ୍କନ ଟିଏରୁଚି ଅଭିରୁଚି ସ୍ବର ।।ନବ ଧରଣୀରବୈଚିତ୍ର୍ୟ ବିଭବତୁମେ ତୃପ୍ତି ସଂକୀର୍ତ୍ତନ ।ମୁଁ ଯେ ଅହମିକାପ୍ରଚ୍ଛଦ ପଟରେଗୋଟେ ବୃଥା ଆସ୍ଫାଳନ ।।ତୁମେ ସଂଙ୍କଳ୍ପିତବିଭୋର ଆହ୍ବାନନିଖିଳ ଓଠରେ […]

Subscribe US Now