ତୁମେ ଆଉ ମୁଁ – ସସ୍ମିତା ପଣ୍ଡା

Views: 12
0 0
Read Time:2 Minute, 47 Second


ତୁମେ ସକାଳ ର
ପହିଲି ମହକେ
ମିଳନର ଆବାହନୀ ।
ମହଣେ ମୋହରେ
ପ୍ରଲମ୍ବିତ ଆଶା
ମୁଁ ଅପେକ୍ଷା ର ସୁରଧ୍ବନୀ ।।
ମୁଗ୍ଧ ମନ୍ଦାକିନୀ
ପ୍ରାଣ ତନ୍ତ୍ରେ ତୁମେ
ମୁକ୍ତି ତୀର୍ଥ ସଞ୍ଜିବନୀ ।
ଅୟୂତ ଯାତନା
ମୁଖବନ୍ଧ ମୁଁ ଯେ
ମାୟା ବୃତ୍ତ ସ୍ରୋତସ୍ବନୀ ।
ଅନ୍ତରୁ ଅନନ୍ତ
ତନ୍ମୟ ସ୍ବାକ୍ଷର
ସଂସିଦ୍ଧି ଶାଶ୍ବତ ଝର ।
ମୁଁ ଯେ ରଙ୍ଗ ହୀନ
ଚିତ୍ରାଙ୍କନ ଟିଏ
ରୁଚି ଅଭିରୁଚି ସ୍ବର ।।
ନବ ଧରଣୀର
ବୈଚିତ୍ର୍ୟ ବିଭବ
ତୁମେ ତୃପ୍ତି ସଂକୀର୍ତ୍ତନ ।
ମୁଁ ଯେ ଅହମିକା
ପ୍ରଚ୍ଛଦ ପଟରେ
ଗୋଟେ ବୃଥା ଆସ୍ଫାଳନ ।।
ତୁମେ ସଂଙ୍କଳ୍ପିତ
ବିଭୋର ଆହ୍ବାନ
ନିଖିଳ ଓଠରେ ହସ ।
ମରୁ ମରିଚୀକା
ଯାତ୍ରୀ ଟିଏ ମୁଁ ଯେ
ବିପୁଳ ତୃଷ୍ଣା ରେ ବଶ ।।
ତୁମେ ତ ପ୍ରେମର
ଅନ୍ତରୀକ୍ଷ ସ୍ପର୍ଶ
ପରିପୂର୍ଣ୍ଣ ଆକର୍ଷଣ ।
ପ୍ରାପ୍ତି ଆସ୍ତରଣେ
ଅଭିଳାଷା ପଣ
ମୁଁ ଭିନ୍ନ ବ୍ୟତିକ୍ରମ ।।
ତୁମେ ସତ୍ୟତା ର
ପ୍ରଜ୍ବଳିତ ପ୍ରଭା
ଚେତନାର ଶିର୍ଷକରେ ।
ଅବଚେତନର
ଶିଉଳି ଚଟାଣେ
ଶୂନ୍ୟତା ର ପାରାବାରେ ।।
ନିଃଶବ୍ଦ ପୁଲକ
ପୂଣ୍ୟ ମାଧୁରୀମା
ସୀମା ସରହଦ ଛୁଇଁ ।
ଆଞ୍ଜୁଳେ ଆୟୂଷ
ଜୀବନ ଦୀପରେ
ମୁଁ ବ୍ୟକ୍ତିତ୍ବର ସାହାନାଇ ।।

ସସ୍ମିତା ପଣ୍ଡା
କଟିକଟା, କଟକ

Share this :
Next Post

ଯୁଦ୍ଧ - ଚିନ୍ମୟୀ ମହାପାତ୍ର

ମୁଁ ଯୁଦ୍ଧ… ମୁଁ ଭୟଙ୍କର ଆର୍ତ୍ତନାଦ.. ହିଂସା, ଦ୍ୱେଷ, ଈର୍ଷା ଓ ଅସୂୟା କ୍ରୋଧର କରୁଣ ଇତି ll ମୁଁ ଯୁଦ୍ଧ.. ମୁଁ ମର୍ମଭେଦୀ ଟମକ, ନିଶାଣର ବୁକୁଫଟା ଚିତ୍କାର, କ୍ରନ୍ଦନର ରୋଳ ll ମୁଁ ଯୁଦ୍ଧ.. ମୁଁ ବିଚ୍ଛେଦର ହୃଦୟ ବିଦାରକ ଦୃଶ୍ୟମାର୍ମିକ ଚେତନାର ବିପର୍ଯ୍ୟସ୍ତ ଅଭିବ୍ୟକ୍ତି ll ମୁଁ ଯୁଦ୍ଧ.. ମୁଁ ଅଭିଶପ୍ତ ଜୀବନର ଅଧାଲେଖା ଗୀତିହାହାକାର ଅସମ୍ପୂର୍ଣ୍ଣ ପ୍ରଣୟ ପୀରତି ll ମୁଁ ଯୁଦ୍ଧ.. ମୁଁ […]

Subscribe US Now