ଯୁଦ୍ଧ – ଚିନ୍ମୟୀ ମହାପାତ୍ର

Views: 23
0 0
Read Time:3 Minute, 4 Second




ମୁଁ ଯୁଦ୍ଧ…
ମୁଁ ଭୟଙ୍କର ଆର୍ତ୍ତନାଦ..
ହିଂସା, ଦ୍ୱେଷ, ଈର୍ଷା ଓ ଅସୂୟା
କ୍ରୋଧର କରୁଣ ଇତି ll

ମୁଁ ଯୁଦ୍ଧ..
ମୁଁ ମର୍ମଭେଦୀ ଟମକ, ନିଶାଣର
ବୁକୁଫଟା ଚିତ୍କାର,
କ୍ରନ୍ଦନର ରୋଳ ll

ମୁଁ ଯୁଦ୍ଧ..
ମୁଁ ବିଚ୍ଛେଦର ହୃଦୟ ବିଦାରକ ଦୃଶ୍ୟ
ମାର୍ମିକ ଚେତନାର
ବିପର୍ଯ୍ୟସ୍ତ ଅଭିବ୍ୟକ୍ତି ll

ମୁଁ ଯୁଦ୍ଧ..
ମୁଁ ଅଭିଶପ୍ତ ଜୀବନର ଅଧାଲେଖା ଗୀତି
ହାହାକାର ଅସମ୍ପୂର୍ଣ୍ଣ
ପ୍ରଣୟ ପୀରତି ll

ମୁଁ ଯୁଦ୍ଧ..
ମୁଁ କୋଳଶୂନ୍ୟ ଉତ୍ତପ୍ତ ଶୂନ୍ୟତା,
ଅସମ୍ଭବ ନୀରବତା,
ଝଡ଼ର ଇଲାକା ll

ମୁଁ ଯୁଦ୍ଧ..
ମୁଁ ଶୂନ୍ୟ ମଥାର ହଜିଲା ସିନ୍ଦୁର,
ଆକୁଳ ହୃଦୟ ସ୍ୱର,
ଶୁଷ୍କ ଲୋତକ ଧାର ll

ମୁଁ ଯୁଦ୍ଧ..
ମୁଁ ହଜିଲା ରାକ୍ଷୀର କରୁଣ ସ୍ମୃତି,
ବେସାହାରା ଝଡ଼ ରାତି,
ନିଝୁମ ମନର ଭୀତି ll

ମୁଁ ଯୁଦ୍ଧ..
ମୁଁ ଜମା ଜାଣେନା ମମତା ମୁଲ,
ଶୂନ୍ୟତାରେ ଭରେ ଶୂନ୍ୟସ୍ଥାନ
ଆକୁଳ, ବ୍ୟାକୁଳ ମନ ll

ମୁଁ ଯୁଦ୍ଧ..
ମୁଁ ଜାଣେ ନାହିଁ ପର କି ଆପଣା,
ବିଦଗ୍ଧ, ବିଧୂର ମନ,
ଭୟରେ ଥରାଏ ପ୍ରାଣ,


ମୁଁ ଯୁଦ୍ଧ..
ମୁଁ ଗାଉଥାଏ ବେଦନା, ବିରହ ଗଜଲ,
ମର୍ମ ବିଦାରକ ସ୍ୱର,
କେ ନୁହେଁମୋ ଆପଣାର,
କେ ନୁହେଁ ମୋ ଆପଣାର ll

ଚିନ୍ମୟୀ ମହାପାତ୍ର
ଯୁବଜ୍ୟୋତି ହାଇସ୍କୁଲ,
ବାମୁର, ଅନଗୁଳ

Share this :
Next Post

ଜୟ ଜଗନ୍ନାଥ - ଅର୍ଜୁନ ଦାସ

ସକାଳ ଚିନ୍ତନା ତୁମଠୁ ଆରମ୍ଭ ତୁମ ପାଖେ ହୁଏ ଶେଷ ତୁମ ବିନା ଅଖ ଚଖ ଚାଲେ ନାହିଁ ହୁଏନି ଜୀବନ ଶେଷ ।। ତୁମ ବିନା ଫୁଲ ପତ୍ର ହଲେ ନାହିଁ ଚଳେ ନାହିଁ ତିଳେ ଘଟ ବସନ୍ତେ ମଳୟ ପବନ ବହେନା ସବୁ ପ୍ରଭୁ ତୁମ ନାଟ ।। ଆହେ ବିଶ୍ୱପିତା ନୀଳାଚଳ ବାସି ସକଳ ତୁମ ପ୍ରୟରେ ଏଇ ମୋର ଦିନ ସରି ଯାଉ ପ୍ରଭୁ […]

Subscribe US Now