ଜୟ ଜଗନ୍ନାଥ – ଅର୍ଜୁନ ଦାସ

Views: 10
0 0
Read Time:1 Minute, 0 Second

ସକାଳ ଚିନ୍ତନା ତୁମଠୁ ଆରମ୍ଭ
ତୁମ ପାଖେ ହୁଏ ଶେଷ
ତୁମ ବିନା ଅଖ ଚଖ ଚାଲେ ନାହିଁ
ହୁଏନି ଜୀବନ ଶେଷ ।।
ତୁମ ବିନା ଫୁଲ ପତ୍ର ହଲେ ନାହିଁ
ଚଳେ ନାହିଁ ତିଳେ ଘଟ
ବସନ୍ତେ ମଳୟ ପବନ ବହେନା
ସବୁ ପ୍ରଭୁ ତୁମ ନାଟ ।।
ଆହେ ବିଶ୍ୱପିତା ନୀଳାଚଳ ବାସି
ସକଳ ତୁମ ପ୍ରୟରେ
ଏଇ ମୋର ଦିନ ସରି ଯାଉ ପ୍ରଭୁ
ତୁମ ର ପଦ ସେବାରେ ।।

ଅର୍ଜୁନ ଦାସ
କଟକ

Share this :
Next Post

କବି କଲମ - ଅଧ୍ୟାପକ ଡ଼. ପଦ୍ମଲୋଚନ ରାଉତ

( ଜନୈକ ଆତ୍ମ ଘୋଷିତ, ମହା ପ୍ରତାପୀ, ନୃଶଂସ, ଅହଙ୍କାରୀ, ଗର୍ବୀ,ପରମ କ୍ରୋଧି, ତଥା କଥିତ ମୁଖିଆର ଆକ୍ରୋଶରେ ବାରମ୍ବାର ନିର୍ଯାତିତ, ଅପମାନିତ, ଓ ଶୋଷିତ କବି କଲମର ଏକ ସ୍ୱତନ୍ତ୍ର ଆଲେଖ୍ୟ…. ) ଯୁଗ ଯୁଗ ଧରି କବି ସହି ଅଛି ଶାସକର ଅତ୍ୟାଚାର ଅନ୍ୟାୟ ବିରୁଦ୍ଧେ କବିର କଲମ ଉଠାଇଛି ସଦା ସ୍ୱର କବି ଯାଇ ନାହିଁ ଡରି ନଂପୁସକର ଖୋସାମତିରେ ସହି ସହି ଦାଦାଗିରି l […]

Subscribe US Now