ମୂଲ୍ଯ – ସୁକାନ୍ତ ଖଣ୍ଡା

Views: 12
0 0
Read Time:1 Minute, 50 Second

ଆଜିକାଲି ଆଉ ଭଲ ଲୋକଙ୍କର

ମୂଲ୍ଯ ବୋଲି କିଛି ନାହିଁ

ଭଲର ସୌନ୍ଦର୍ଯ୍ଯ ଲୁଚିବା ହେଲାଣି

ମୁହଁକୁ ଦେଲେଣି ହାଣି।

ଭଲ ଲୋକଙ୍କର ନୀତି ଆଦର୍ଶକୁ

ଗ୍ରହଣ କରନ୍ତି ନାହିଁ

ଶିଥିଳତା ତାଙ୍କ କର୍ମ ଆଉ ଧର୍ମ

ପଚା ଗନ୍ଧ ବାସିଲାଣି।

ଭଲ ଲୋକ ଆଜି ସେହିମାନେ ହେବେ

ରହିଲେ ଟଙ୍କା ହାତରେ

ଅଥବା ରୂପ ଓ ସୌନ୍ଦର୍ଯ୍ଯ ଝଟକେ

ସେ ଭଲ ଗଣା ମହୀରେ।

ହେ ମାନବ ଭାଇ ସେଥିପାଇଁ ଆଜି

ଟଙ୍କା ପାଇଁ କିଛି କର

କଳେବଳେ ଯଦି ହାତେଇ ପାରିବ

ମହୁ ପରି ଥିବ ଝର।

ଗୁଡ଼ ମାଠିଆରେ ପିମ୍ପୁଡି଼ଙ୍କ ପରି

ଟଙ୍କା ଓ ରୂପର ପାଖ

ଗୁଣୁଗୁଣୁ ଆଜି ବିଶ୍ବ ଦରବାର

ତା’ ପାଖେ ନୁହେଁ ବିମୁଖ।

ସୁକାନ୍ତ ଖଣ୍ଡା

ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

Truce - Sushant Thapa

Don’t want to loose It’s the world of truce. Like a new born soft leaf Making a part with the air We do flow like a river Tender matches of glow We share. Enough of fire in us, Light that travels among the minds. A candle we are Catching the […]

Subscribe US Now