ବସନ୍ତ ଆସିଛି – ପଣ୍ଡିତ ଅଭୟ କୁମାରତ୍ରିପାଠୀଶର୍ମା

Views: 18
0 0
Read Time:2 Minute, 31 Second



ହଁ ସମସ୍ତେ କହୁଛନ୍ତି
ବସନ୍ତ କାଳେ ଆସିଛି…..
କାହିଁ ମୁଁ ତ ତାକୁ ଦେଖୁନି କେଉଁଠି ?
କେଉଁ ଆମ୍ବ ଗଛ ପତ୍ର ଉହାଡ଼ରେ…..
ମଧୁମାଳତୀର ଗହଳ ଲତାରେ…..
ଅବାକେଉଁ ଗଛ କୋରଡ଼ରେ……
କାହିଁ ମୁଁ ତ ତାକୁ ଦେଖୁନି କେଉଁଠି ?
କୋଇଲିର ତାନ ଶୁଭୁନି କାନକୁ,
ମଳୟ ପବନ ଛୁଉଁନି ଦେହକୁ,
ହଳଦୀବସନ୍ତ ଦିଶୁନି ଆଖିକୁ,
ଫଗୁଣର ଛଟା ଲାଗୁନି ମନକୁ !
କାହିଁ ମୁଁ ତ ତାକୁ ଦେଖୁନି କେଉଁଠି ?
ହଁ ଗୋଟେ କଥା ବାରି ହୋଇ ପଡେ,
ଆମ୍ବଗଛ ଭରା ବଉଳ କାନ୍ଧିରେ,
ମାତ୍ର ବାସ ନାହିଁଜମା ଆଉଯେ ସେଥିରେ l
ତଥାପି ମୁଁ ତାକୁ ଦେଖୁନି କେଉଁଠି !!
ଚିକମିକ ଖରା, ଝାଞ୍ଜି ପବନରେ,
ଦେହ ପୋଡିଯାଏ ମୁଣ୍ଡ ଘୁରିଯାଏ,
ବସନ୍ତ ଆସିଲେ କ’ଣ ଏମିତି ହୁଏ ?
ନାଁ ଜମା ନୁହେଁ……
ଏମିତିରେ ଏବେ ଆମ୍ବ ତ ମିଳୁଛି ବର୍ଷ ସାରା,
କିଏ କହୁଛି ବସନ୍ତ ଆସିଛି…..?
ପୁରା ମିଛ……
ତଥାପି ପାଞ୍ଚମୁଖେ ଛେଳି କୁକୁର…… I
ବସନ୍ତ ଆସିଛି…….

ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା
(ସମ୍ପାଦକ, ଯୁଗଜ୍ୟୋତି, କୁଆଖିଆ )
ଖଣ୍ଡିତର, ରସୁଲପୁର, ଯାଜପୁର

Share this :
Next Post

ପ୍ରଥମ ପ୍ରେମ ସଙ୍ଗୀତ - ସାଗର କୁମାର ପରିଡା

ପ୍ରଥମ ପ୍ରେମର ସ୍ବପ୍ନ ରାଇଜରେ ତୋଳିବି ନୂଆ ନଅର,ସେହି ନଅରରେ ଭ୍ରମୁଥିବା ଆମେ ନ ଥିବ କାହା ନଜର।। ଉପରେ ନୀଳିମା ଆକାଶ ବକ୍ଷରେ ହସୁଥିବେ ଚନ୍ଦ୍ର ତାରା,ମନ ଆନନ୍ଦରେ ପ୍ରେମଗୀତ ଗାଇ ବୁଲିବା ରଜନୀ ସାରା ।। ଅନେକ ସ୍ବପ୍ନ ଅସୁମାରୀ ଆଶା ମନେ ରଖିଛି ମୁଁ ବାନ୍ଧି,ତୁମେ ଆସିଗଲେ ମୋପାଖକୁପ୍ରିୟା ଦେବିଖୋଲି ମୁଁସେ ଗଣ୍ଠି।। ଝରଣା କୂଳରେ ବସିଥିବା ଆମେ ଶୁଣି କୁଳୁକୁଳୁ ଗୀତ,ଫୁଲର ସୁଗନ୍ଧ ଆଘ୍ରାଣ […]

Subscribe US Now