ପ୍ରଥମ ପ୍ରେମ ସଙ୍ଗୀତ – ସାଗର କୁମାର ପରିଡା

Views: 22
0 0
Read Time:2 Minute, 47 Second


ପ୍ରଥମ ପ୍ରେମର ସ୍ବପ୍ନ ରାଇଜରେ ତୋଳିବି ନୂଆ ନଅର,
ସେହି ନଅରରେ ଭ୍ରମୁଥିବା ଆମେ ନ ଥିବ କାହା ନଜର।।

ଉପରେ ନୀଳିମା ଆକାଶ ବକ୍ଷରେ ହସୁଥିବେ ଚନ୍ଦ୍ର ତାରା,
ମନ ଆନନ୍ଦରେ ପ୍ରେମଗୀତ ଗାଇ ବୁଲିବା ରଜନୀ ସାରା ।।

ଅନେକ ସ୍ବପ୍ନ ଅସୁମାରୀ ଆଶା ମନେ ରଖିଛି ମୁଁ ବାନ୍ଧି,
ତୁମେ ଆସିଗଲେ ମୋପାଖକୁପ୍ରିୟା ଦେବିଖୋଲି ମୁଁସେ ଗଣ୍ଠି।।

ଝରଣା କୂଳରେ ବସିଥିବା ଆମେ ଶୁଣି କୁଳୁକୁଳୁ ଗୀତ,
ଫୁଲର ସୁଗନ୍ଧ ଆଘ୍ରାଣ କରିବା ହୋଇ ପ୍ରେମେ ପୁଲକିତ।।

ନଅରରେ ଥିବା କୋଠରୀ କାନ୍ଥରେ ତୁମ ଫଟୋ ଥିବ ରହି,
ଦେଖୁଥିବି ତାକୁ ମନଭରି ପ୍ରିୟା ସ୍ବପ୍ନ ରାଇଜରେ ଶୋଇ।।

ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ବସ୍ତୁ ତୁମ ହାତେ ଦେଉଥିବି,
ଦାମୀ ଅଳଙ୍କାର ପାଟଶାଢ଼ୀ ଆଣୀ ତୁମକୁ ପିନ୍ଧାଇ ଦେବି।।

ଭଲମନ୍ଦ ତୁମ ବୁଝୁଥିବି ସେଠି ନଥିବ ଦୁଃଖର ଚିହ୍ନ,
ଗଢ଼ିଦେବି ଏକ ପ୍ରେମର ମନ୍ଦିର ରହୁଥିବା ସବୁଦିନ।।

ପ୍ରେମ ରଙ୍ଗବୋଳି ପ୍ରେମ ମନ୍ଦିରକୁ କରିଦେବି ରଙ୍ଗାୟିତ,
ଚିରଦିନପାଇଁ ହେବ ତୁମେମୋର ଏହା ମୋ ପ୍ରେମ ସଙ୍ଗୀତ।।

ସାଗର କୁମାର ପରିଡା ବଡମ୍ବା ,କଟକ

Share this :
Next Post

PRIVATE EMOTIONS! - Dr.prasana Kumar Dalai

You and I., We are like fireworks and symphonies exploding in the sky.. With you, I am alive.. Like all the missing pieces of my heart… They finally collide…. So stop time right here in the moon 🌙 light… Cause I don’t ever wanted to close my eyes.. With out […]

Subscribe US Now