ବିଜେ ବାଲୁଙ୍କେଶ୍ଵର – ଅଜିତ କୁମାର ତ୍ରିପାଠୀ

Views: 25
0 0
Read Time:2 Minute, 52 Second

ବିଜେ ବାଲୁଙ୍କେଶ୍ଵର
ଗ୍ରାମ ଧନଞ୍ଜୟପୁର
ବିଜେ ବାଲୁଙ୍କେଶ୍ଵର
ଗ୍ରାମ ମୁଣ୍ଡ ପ୍ରଥମରେ ।
ଯୁଗ ଯୁଗ ଏହି ପରି
ବସି ଅଛ ଜଟ୍ଟା ଧାରି
ବଡ଼ନଦୀ ନିକଟରେ ।୧।
ପରଶନ୍ତି ଆଶୀର୍ବାଦ
ଦୂରକରି ଭକ୍ତ ଖେଦ
ଅଯାଚିତ ଉଦାରରେ ।
ନାରିକେଳ ବୃକ୍ଷଶୋଭା
ପରିବେଶ ମନଲୋଭା
କୁସୁମ କାନ୍ତି କୁଞ୍ଜରେ ।୨।
ସୁଧ,ପୂତ ପରିଷ୍କାର
ସୁଖ ସନ୍ତୋଷ ଅପାର
ଭରିଦିଅ ଅନ୍ତରରେ ।
ଅତ୍ୟନ୍ତ ସୁନ୍ଦର ବେଶ
କର୍ପୂର,ଚନ୍ଦନ ବାସ
ମହକଇ ମନ୍ଦିରରେ ।୩।
ପୁଷ୍ପ,ଧୂପ,ଦୀପ ମାନ
ପବିତ୍ର ଲାଗଇ ମନ
ଉଭା ହୋଇଛ ଠାକୁରେ ।
ଶଙ୍ଖ,ଘଣ୍ଟ,ଘଣ୍ଟି,ତାନ
ବେଦ,ମନ୍ତ୍ର ସ୍ତୋତ୍ର ଗାନ
ବ୍ରାହ୍ମଣଙ୍କ ଉଚ୍ଚ ଶ୍ଵରେ ।୪।
ପ୍ରାତଃ କାଳର ଆଳତି
ମନେ ଭରିଦିଏ ଶାନ୍ତି
ପୂଜା ପାଠ ପାର୍ବଣରେ
ଭକ୍ତ ଆବେଗ ପରଖୀ
ଭକ୍ତି ଭାବ ମନ ଲାଖି
ଭରିଦିଅ ଅକାତରେ ।୫।
ଅପାର କରୁଣା ବାରୀ
ପ୍ରଭୁ ଦିଅ କୃପା କରି
କଳ୍ପ ବାଞ୍ଛା ପୂରଣରେ ।
ଦୁଃଖୀ ଦୁଃଖ ସଦା ହରି
ଭବ ସାଗରରୁ ପାରି
କରୁଅଛ ସଂସାରରେ ।୬।

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)

ଗ୍ରାମ/ପୋଷ୍ଟ – କୁଲାଡ଼, ଭଞ୍ଜଭୂମି

ଭଞ୍ଜନଗର,ଗଞ୍ଜାମ – ୭୬୧୧୩୧

ଭ୍ରାମ୍ୟଭାଷ – ୯୪୩୮୧୮୯୯୪୮

Share this :
Next Post

ଅନ୍ଧ,ମୁକ,ବଧିର (ପଙ୍ଗୁ ଉବାଚ) - ଅଜିତ କୁମାର ତ୍ରିପାଠୀ

ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ଼ରୁ ପଚାରିଲା ଜଣେ ଦିନେ କେତେଦିନ ପାଇଁ ବସିବାରେ ଭାଇ ଏପରି ହୋଇ ମଉନେ ?।।୧।। ସେଭିତରୁଜଣେ କହେ ଭାଇଶୁଣେ ମାଙ୍କଡ ଯେହେତୁ ଆମେ ତେଣୁକରି ଗାନ୍ଧୀ ବସାଇ ଅଛନ୍ତି ବତାଇ ମନୁଷ୍ୟ କାମେ ।।୨।। ଶୁଣିଲା ଆନଟି କହିଲା ଉତ୍ତର ଆମେକେତେ ବୋକାସତେ ଗାନ୍ଧି ବୁଢ଼ା କଥା ବସି ଶୁଣୁଅଛେ ଯୁଗ ଯୁଗ ଅବିରତେ ? ।।୩।। ହାତ ଦୁଇ ଆମ ନାହିଁ କିଛି […]

Subscribe US Now