ପାଳଭୂତ – ପ୍ରତିମା ରଥ

Views: 13
0 0
Read Time:1 Minute, 57 Second

ପାଳଭୂତ ମୁଁ ପାଳଭୂତ
ଜାଣିଛି ଅତୀତ
ଏଇ ବର୍ତ୍ତମାନ
ଗଢୁଛିବି ଭବିଷ୍ୟତ
ପାଳଭୂତ ମୁଁ ପାଳଭୂତ ।

ନାହିଁ କିଛି ପ୍ରାପ୍ତି
ନାହିଁ ବି ସମାପ୍ତି
ଲୋଭ ଓ ମାୟାର
ଖାଲି ପରିବ୍ୟାପ୍ତି
ମାନ ବା ନମାନ ସତ
ପାଳଭୂତ ମୁଁ ପାଳଭୂତ ।

ପ୍ରମାଣ ରହିଛି
ଅଳିକ ସଂସାର
ନିଃଶ୍ୱାସ ତୁଟିଲେ
କେହି ନୁହେଁ କାର
ମିଛେ ହୁଏ କବଳିତ
ପାଳଭୂତ ମୁଁ ପାଳଭୂତ ।

ତୁମରି ଆଜ୍ଞାରେ
ଜାଳିଛି ଜଳୁଛି
ସବୁ ମିଛ ଜାଣି
ତଥାପି ଧାଉଁଛି
ଅକାର୍ଯୟେ ହୋଉଛି ରତ
ପାଳଭୂତ ମୁଁ ପାଳଭୂତ ।

ତୁମ ହାତେ ଗଢା
ସୁନ୍ଦର ସଂସାର
ତୁମେ ତ ଆଲୋକ
ତୁମେ ଅନ୍ଧକାର
ମିଛ ଅଭିନେତା
ମିଛ ଅଭିନୟ
ମାନିବାକୁ ବାଧ୍ୟ ଜଗତ
ପାଳଭୂତ ମୁଁ ପାଳଭୂତ ।

ପ୍ରତିମା ରଥ

ଯାଜପୁର ରୋଡ, ଯାଜପୁର

Share this :
Next Post

ମନ ମଉସୁମୀ ଝୁରେ - ଶ୍ରୀମତୀ ସୁଜାତା ଷଡଙ୍ଗୀ

ଆଜି ଏଇ ଭରା ଆଷାଢ଼ ରାତିରେ ପହିଲି ରଜରେ ଝରଇ ଧାରା ସ୍ମୃତି ନେଇ ଆସେ ଆଦ୍ୟ ମଉସୁମୀ ବିଞ୍ଚିଦିଏ କେତେ ଶୀତଳ ପୀୟୂଷ ଧାରା। ଶାମୁକା ଗର୍ଭରେ ପ୍ରତୀକ୍ଷିତ ମୁକ୍ତା ଚମକି ଉଠଇ ସ୍ପର୍ଶ ପାଇ ଜଳ ବିନ୍ଦୁ ବିକଳ-ଚାତକ ସଜଳ ଆଖିରେ ତୃଷ୍ଣାର ମହା ସିନ୍ଧୁ। ଛମ ଛମ ନାଚଇ ବରଷାରାଣୀ ରିମ ଝିମ ସଙ୍ଗୀତର ଅପୂର୍ବ ରାଗିଣୀ ଅଦୂରର ତାଳବଣ ଛୁଏଁ ଯେବେ ଲାଜେ ମଉଳା […]

Subscribe US Now