ଅନ୍ଧ,ମୁକ,ବଧିର (ପଙ୍ଗୁ ଉବାଚ) – ଅଜିତ କୁମାର ତ୍ରିପାଠୀ

Views: 6
0 0
Read Time:5 Minute, 34 Second

ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ଼ରୁ
ପଚାରିଲା ଜଣେ ଦିନେ
କେତେଦିନ ପାଇଁ ବସିବାରେ ଭାଇ
ଏପରି ହୋଇ ମଉନେ ?।।୧।।
ସେଭିତରୁଜଣେ କହେ ଭାଇଶୁଣେ
ମାଙ୍କଡ ଯେହେତୁ ଆମେ
ତେଣୁକରି ଗାନ୍ଧୀ ବସାଇ ଅଛନ୍ତି
ବତାଇ ମନୁଷ୍ୟ କାମେ ।।୨।।
ଶୁଣିଲା ଆନଟି କହିଲା ଉତ୍ତର
ଆମେକେତେ ବୋକାସତେ
ଗାନ୍ଧି ବୁଢ଼ା କଥା ବସି ଶୁଣୁଅଛେ
ଯୁଗ ଯୁଗ ଅବିରତେ ? ।।୩।।
ହାତ ଦୁଇ ଆମ ନାହିଁ କିଛି କାମ
ଜାଣି ଜାଣି ପଙ୍ଗୁ ହେଲେ ?
ତୃତୀୟ ବନ୍ଦର ହସିଲା ଏଥର
ଆମେ ପରା ମୁର୍ଖ ପିଲେ ।।୪।।
ନୋହିଲେ ସାମାନ୍ୟ ମଣିଷ କଥାରେ
ହାତ ଦୁଇ ବାନ୍ଧିଦେଲେ ?
ଏଇଟା କିକଥା ହାତ ବିନା କେହି
ବଞ୍ଚିବ କିପରି ଭଲେ ? ।।୫।।
ଅତୀତରେ ଆମେ ସେତୁ ବାନ୍ଧି ଥିଲେ
ପ୍ରଭୁ ରାମଚନ୍ଦ୍ର ବୋଲେ
ରମରାଜ୍ୟ ପାଇଁ ଗାନ୍ଧୀ ବୁଢ଼ା ତହିଁ
ଆମକୁ ଏ ଦଣ୍ଡ ଦେଲେ ।।୬।।
ଗାନ୍ଧୀ ସେଠୁ ଶୁଣି ଉତ୍ତରିଲେ ବାଣୀ
ମୂର୍ତ୍ତି ହୋଇ ବସିଥିଲେ
ଯୁଗ ଆସିଯିବ ହାତ ଥାଇ ତବ
କାମ ନ କରିବ ଭଲେ ।।୭।।
ସବୁ ଦେଖୁଥିବ, ଶୁଣି ,କହୁଥିବ
କିଛିବି କରିବ ନାହିଁ
ହାତ ଥାଇ ତୁମ୍ଭ ତେଣୁକିବା ଲାଭ
କାମ ଦେଇଦେଲି ମୁହିଁ ।।୮।।
ଜଣାଅ ସଭିଙ୍କୁ ଭଗବାନ ହାତ
ଦେଇ ଜନ୍ମ ଦେଲେ ତହିଁ
କିନ୍ତୁ ଆମପରି ବୋକା କରିଦେଲେ
ସେହାତକୁ କାମ ନାହିଁ ।।୯।।
ଅନ୍ୟାୟ ଅନୀତି ବଢିବ ଏମିତି
ସତର୍କ ହୁଅରେ ଭାଇ
ଅଖି ଥାଇ ଅନ୍ଧ କାନ ଥାଇ କାଲ
ଜଡା ହେବୁ ପାଟି ଥାଇ ।।୧୦।।
ହାତେ ନାହିଁ କାମ ଗୋଡଥାଇ ପଙ୍ଗୁ
ବସଯିବ ଛୋଟା ଯହିଁ
ତେଣୁ ସେଇକଥା ସୂଚାଇବା ପାଇଁ
ବସାଇ ଦେଇଛି ମୁହିଁ ।।୧୧।।
ଶୁଣିଣ ମାଙ୍କଡ଼ ହୋଇ ଗଲେଜଡ
ଅନ୍ୟକୁ ଶିଖାଇ ତହିଁ
ସମୟ ଆସିବ ମୋକଥା ହେଜିବ
ଏଥୁ ବିନା ଆନ ନାହିଁ ।।୧୨।।
ସତରେ ମଣିଷ ହୋଇଗଲୁ କିସ ?
ସାର୍ଥକ ଜୀବନ ନେଇ
ଅନ୍ଧ,ମୁକ,କେମ୍ପା ବଧିର ଓ ଛୋଟା
ପଙ୍ଗୁ ହେଲୁ ବସି ଥାଇ ? ।।୧୩।।
ମୋପରି ହେବାକୁ ଯେବେ ଚେଷ୍ଟାକରୁ
ଗୁଳି ଖାଅ ମୂର୍ତ୍ତି ହୋଇ
ବରଷକୁ ଥରେ ଫୁଲମାଳ ଦେଇ
ସଭା ହେବ ଗୁଣ ଗାଇ ।।୧୪।।
ତେଣୁ ତୁମ ସାଥେ ମୁଁ ମଧ୍ୟ ବସିଛି
ଦେଖ ସବୁ କିଛି ଥାଇ
ଭଲ କାମ ପାଇଁ ପୁରସ୍କାର ଏହି
ଶାନ୍ତି ପାଇବୁରେ ଭାଇ ।।୧୫।।

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)

ଗ୍ରାମ/ପୋଷ୍ଟ – କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର, ଗଞ୍ଜାମ – ୭୬୧୧୩୧
ଭ୍ରାମ୍ୟଭାଷ – ୯୪୩୮୧୮୯୯୪୮

Share this :
Next Post

ପାଳଭୂତ - ପ୍ରତିମା ରଥ

ପାଳଭୂତ ମୁଁ ପାଳଭୂତ ଜାଣିଛି ଅତୀତ ଏଇ ବର୍ତ୍ତମାନ ଗଢୁଛିବି ଭବିଷ୍ୟତ ପାଳଭୂତ ମୁଁ ପାଳଭୂତ । ନାହିଁ କିଛି ପ୍ରାପ୍ତି ନାହିଁ ବି ସମାପ୍ତି ଲୋଭ ଓ ମାୟାର ଖାଲି ପରିବ୍ୟାପ୍ତି ମାନ ବା ନମାନ ସତ ପାଳଭୂତ ମୁଁ ପାଳଭୂତ । ପ୍ରମାଣ ରହିଛି ଅଳିକ ସଂସାର ନିଃଶ୍ୱାସ ତୁଟିଲେ କେହି ନୁହେଁ କାର ମିଛେ ହୁଏ କବଳିତ ପାଳଭୂତ ମୁଁ ପାଳଭୂତ । ତୁମରି ଆଜ୍ଞାରେ […]

Subscribe US Now