ଫଗୁଣ ଆସଇ ଯେବେ – ସୁଜାତା ଷଡଙ୍ଗୀ

Views: 13
0 0
Read Time:1 Minute, 48 Second

ଫଗୁଣ ଥାପଇ ପାଦ
ଯେବେ ଅଗଣାରେ ମୋର
ନଇଁ ଆସେ ସଞ୍ଜ
ତୁମ କଥା ଭାରି ମନେ ପଡେ।
ହସ ମୁହଁ ତୁମ ଆଉ
ମିଠା ମିଠା କଥା
ଢେଉ ଭାଙ୍ଗେ
ମୋ ମାନସପଟ୍ଟରେ।
ଚହଲା ପବନ
ତୁମ ମୃଦୁସ୍ପର୍ଶ ପରି
ମୋତେ କରେ ରୋମାଞ୍ଚିତ,
ସତେ କି ତୁମେ ସବୁତକ
କଳ୍ପନାର ଫଗୁ ଆଣି
ସ୍ମୃତିର ତୁଳୀରେ
ମୋ ଦେହେ ଦେଇଛ ବୋଳି
ମନଲୋଭା ରକ୍ତିମ ନାଲିମା।
ହଜିଲା ବୟସେ ବୋଳି
ଲକ୍ଷେ ଫଗୁଣର ରଙ୍ଗ
ସଯାଇ ଦେଇଛ ମୋ ଅଙ୍ଗେ
ସଦ୍ୟ ପ୍ରସ୍ଫୁଟିତ
ପୁଷ୍ପ-କୋମାଲତା।
ଆମ୍ବ ବଉଳର ବାସ୍ନା ନେଇ
ତୁମେ ଯେବେ ଆସ
ଅତି ସନ୍ତର୍ପଣେ,
ମୋ ଚାରିପାଖ ପୃଥିବୀରେ
ସବୁଜିମା ଦହନିତ ମଳୟର
ପତ୍ରଝଡା ମନ ଉପବନେ
ଲାଗିଯାଏ ଆବେଳରେ ନିଆଁ।

ସୁଜାତା ଷଡଙ୍ଗୀ
ଭଞ୍ଜନଗର
ଗଞ୍ଜାମ।

Share this :
Next Post

ବ୍ୟାସ କବି ଫକୀର ମୋହନ - ଡମ୍ବରୁଧର ବେହେରା

ହେ ! ବ୍ରଜ ମୋହନ ସାହିତ୍ୟ ସାରଥୀଓଓଡ଼ିଆ ଭାଷା ପୁରୋଧା ବିଦେଶୀ କବଳୁ ବଞ୍ଚାଇ ପାରିଲେ ମାତୃଭାଷାର ବାଧା ।। ଗାଲ୍ପିକ ,ଲେଖକ,କବି, ସାହିତ୍ୟକ ପୂଜନ୍ତି ତୁମ୍ଭ ପୟର କ୍ଷୁଦ୍ରଗଳ୍ପ ନୁହେଁ କଥା ସାହିତ୍ୟର ସମ୍ରାଟ ଯେ ନିରନ୍ତର।। ବାଲ୍ୟ କାଳୁ ତୁମ୍ଭେ ମାଆଙ୍କୁ ହରାଇ ପାଇଲେ ଜୀବନେ କଷ୍ଟ ଅସୁସ୍ଥ କାରଣେ ଜେଜେ ମାଁ’ ଡାକିଲେ ଫକୀରର ନାମେ ଶ୍ରେଷ୍ଠ।। ଓଡ଼ିଆ,ଇଂରେଜୀ,ସଂସ୍କୃତ,ବଙ୍ଗାଳୀ ଥିଲେ ସର୍ବ ଭାଷେ ଦକ୍ଷ ଜନ୍ […]

Subscribe US Now