ରଙ୍ଗତୂଳୀ – କଳ୍ପନା ରାୟ

Views: 12
0 0
Read Time:3 Minute, 37 Second

ରଙ୍ଗତୂଳୀ ଧରି ଆଙ୍କିଯିଵି
ନିରଵଧି ପରସ୍ତ ପରସ୍ତ ସାଇତା ମଧୁରାତି
ରାତି ରାତି ଅନିଦ୍ରାରେ ମାତି
ଆହରଣ କରୁଥିଲି ଯେଉଁ ତାତି
ରଖିଛି ସାଇତି ତାକୁ ହୃଦୟରେ, ଲାଗେ ଭିତି
ସିଏ ଯେ ମୋ ଅଭୁଲା ଅମଳିନ ସମ୍ପତ୍ତି

ରଙ୍ଗତୂଳୀ ଧରି ଆଙ୍କିଯିଵି
ଉଷାରାଣୀର ନାଲି ଓଢଣୀକୁ ଯତ୍ନରେ
ସ୍ତର ସ୍ତର ଧଳା ଚାଦରରେ ଆଲୋକ ଉଠେରେ
ଅଳ୍ପ ଧଳାକରି ସୂର୍ଯ୍ୟ ଦେବତାଙ୍କୁ ସଧିରେ
ବିଭିନ୍ନ ରଙ୍ଗର ଛିଟା ଦେଇ ସନ୍ଧ୍ୟା ଆକାଶରେ
ବଗବଗୁଲିଠୁ ଶୁଆଶାରୀ ଆଉ ଲେଉଟାଣି ପକ୍ଷୀରେ

ଆଙ୍କିଯିଵି ତୂଳୀଧରି ମୁଁ
ଭାଵନାରାଇଜରେ ଥିବା ଵାରଶ’ ଵଢେଇଙ୍କ ଚିତ୍ର
ମୁଣ୍ଡକାଟ ଆଦେଶ ପାଇଲା ର ବିଚଳିତ ମସ୍ତିଷ୍କ
ଧରମାର କଥା ଶୁଣି ମନରେ ତାଙ୍କ ଆଶା ଝଲକ
ବଞ୍ଚିବାର ମୋହ ଆଉ ଚିନ୍ତା ରାଜାଙ୍କ ଆଦେଶର
କିଂକର୍ତ୍ତଵ୍ୟଵିମୁଢ ହୋଇ କୁରୁସଭାର ଭୀଷ୍ମ

ଆଙ୍କିଯିଵି ତୂଳୀଧରି ମୁଁ
ଏ ସଂସାରର ଅବହେଳିତ ନଗଡାର ଦୃଶ୍ୟ
ବିଧବା ମାଆର ନାବାଳିକା ଶିଶୂକନ୍ୟାର ଦୁଷ୍କର୍ମ
ଅଧାପାଠୁଆ ପୁଅର ପିତାମାତାଙ୍କ ପ୍ରତି ଦୌରାତ୍ମ୍ଯ
ଜଳନ୍ତା ଜଙ୍ଗଲରେ ପଶୁପକ୍ଷୀ ଛଟପଟର ଦୃଶ୍ୟ
ଫଗୁଣର ଫଗୁ ଚୋରି ହୋଇ କଷ୍ଟଭରା ପରିବେଶ

ଆଙ୍କିଯିଵି ତୂଳୀଧରି ମୁଁ
ଛୋଟ ଵେଳେ ଖେଳୁଥିବା ରଙ୍ଗ ପିଚକାରୀ
ଅଝଟପଣିଆ ଯାହା ବିଶେଷ ଅଦରକାରୀ
ଚିରନ୍ତନ କରୋନା କଟକଣା ଯୋଗୁଁ ବସିଛି ମନମାରୀ
ନାଲି ନେଳି ଅବିର ଛିଟାରେ ତୂଳସୀମୂଳକୁ ରଙ୍ଗିନ କରି
ମାତୃପୂଜନର ଦୃଶ୍ୟ ପାଦଦେଶରେ ଅବିର ଢାଳି

କଳ୍ପନା ରାୟ
ଲଇଡା, ସମ୍ବଲପୁର

Share this :
Next Post

ଫଗୁଣର ଦୋଳଯାତ୍ରା - କଳ୍ପନା ରାଉତ

ବସନ୍ତର ଆଗମନ,କୋଇଲିର କୁହୁତାନ,ମୃଦୁ ସମୀରଣ ମନ୍ଦ ମନ୍ଦ ବହି,ମନକୁ କରେ ଉଚ୍ଛନ୍ନ ।।୧ ଆମ୍ବ ବଉଳର ବାସ,କୁସୁମାବଳୀ ପ୍ରକାଶ,ପାଦପବଲ୍ଲରୀ ରେ ନବପଲ୍ଲବ,ଦେଖି ଚିତ୍ତ ହୁଏ ତୋଷ ।।୨ ରଙ୍ଗଣୀ ପୁଷ୍ପ ସମ୍ଭାର,ଗୁଞ୍ଜନ କରେ ଭ୍ରମର,ଋତୁରାଜଙ୍କର ଧରାବତରଣ,କରାଏ ସ୍ବପ୍ନ ବିଭୋର ।।୩ ବସନ୍ତେ ଦୋଳ ଉତ୍ସବ,ପୂଜିତ ରାଧାମାଧବ,ମଦନମୋହନ, ଦୋଳଗୋବିନ୍ଦଙ୍କ,ଭୋଗଖିଆ ନୀତି ପର୍ବ ।।୪ ଥାଟ,ପାଟ, ପଟୁଆର,ଛତ୍ରି,ବାନା ଧରି କର,ବାଜା ସଂକୀର୍ତ୍ତନ ତାଳରେ ନାଚନ୍ତି,ସେବକ କାନ୍ଧେ ଠାକୁର ।।୫ ବିମାନେ ଆରୋହୀ ହୋଇ,ପ୍ରତି […]

Subscribe US Now