ଫଗୁଣର ଦୋଳଯାତ୍ରା – କଳ୍ପନା ରାଉତ

Views: 21
0 0
Read Time:2 Minute, 46 Second


ବସନ୍ତର ଆଗମନ,
କୋଇଲିର କୁହୁତାନ,
ମୃଦୁ ସମୀରଣ ମନ୍ଦ ମନ୍ଦ ବହି,
ମନକୁ କରେ ଉଚ୍ଛନ୍ନ ।।୧

ଆମ୍ବ ବଉଳର ବାସ,
କୁସୁମାବଳୀ ପ୍ରକାଶ,
ପାଦପବଲ୍ଲରୀ ରେ ନବପଲ୍ଲବ,
ଦେଖି ଚିତ୍ତ ହୁଏ ତୋଷ ।।୨

ରଙ୍ଗଣୀ ପୁଷ୍ପ ସମ୍ଭାର,
ଗୁଞ୍ଜନ କରେ ଭ୍ରମର,
ଋତୁରାଜଙ୍କର ଧରାବତରଣ,
କରାଏ ସ୍ବପ୍ନ ବିଭୋର ।।୩

ବସନ୍ତେ ଦୋଳ ଉତ୍ସବ,
ପୂଜିତ ରାଧାମାଧବ,
ମଦନମୋହନ, ଦୋଳଗୋବିନ୍ଦଙ୍କ,
ଭୋଗଖିଆ ନୀତି ପର୍ବ ।।୪

ଥାଟ,ପାଟ, ପଟୁଆର,
ଛତ୍ରି,ବାନା ଧରି କର,
ବାଜା ସଂକୀର୍ତ୍ତନ ତାଳରେ ନାଚନ୍ତି,
ସେବକ କାନ୍ଧେ ଠାକୁର ।।୫

ବିମାନେ ଆରୋହୀ ହୋଇ,
ପ୍ରତି ଦୁଆରକୁ ଯାଇ,
ଅର୍ପିତ ନୈବେଦ୍ୟ ଗ୍ରହଣ କରନ୍ତି,
ଭକତଙ୍କ ମନ ନେଇ ।।୬

କସି ଆମ୍ବ ,ଚଣା,ଖଜା,
ଶାକର ରେ ଥାଳି ସଜା,
ଫଗୁ ରଙ୍ଗେ ରାଧାକୃଷ୍ଣ ଙ୍କୁ ରଙ୍ଗାଇ,
ସରବେ କରନ୍ତି ମଜା ।।୭

ଗୋପାଳଙ୍କ ବାଡ଼ି ଖେଳ,
ବଇଁଶୀ ଶିଙ୍ଗା ର ତାଳ,
ବିଭୋର ହୋଇଣ ଗୋପାଳେ ନାଚନ୍ତି
ଗାଇ ଗୋପାଳ ଓଗାଳ ।।୮

ଚଇତ୍ର ପ୍ରତିପଦ ରେ,
ହୋଲି ଖେଳନ୍ତି ରଙ୍ଗରେ,
ଭାତୃଭାବ ନେଇ ଭାଙ୍ଗ ପଣା ପିଇ,
ପାଳନ୍ତି ନୂଆ ଢଙ୍ଗରେ ।।୯

କଳ୍ପନା ରାଉତ
ବ୍ରହ୍ମପୁରା, ବାଙ୍କି, କଟକ

Share this :
Next Post

ମୃତ୍ୟୁ ମହାତୀର୍ଥ - ରଞ୍ଜନ କୁମାର ମହାନ୍ତି

ଜୀବନ ଯେଉଁଠି ନିଶବ୍ଦ ନିଶାର୍ଦ୍ଧ ନିବୃତିର ଅପେକ୍ଷାରେ ମୃତ୍ୟୁ ତ ସେଇଠି ସ୍ବପ୍ନର ସାଗର ନିୟତିର ଉପେକ୍ଷାରେ ଦଇବର ପରୀକ୍ଷାରେ ହାଲୁକା ଯେଉଁଠି ଜୀବନର ବୋଝ ସକାଳର ସମୀକ୍ଷାରେ ଜୀବନ ଯେଉଁଠି ବିସ୍ମୃତ ବସନ୍ତେ କୋକିଳର କଣ୍ଠ ରୋଧ ମୃତ୍ୟୁ ତ ସେଇଠି ସାଜେ ସ୍ଵାଗତିକା ବର୍ଣ୍ଣହୀନ ବର୍ଣ୍ଣବୋଧ ଅଲୋଡ଼ା ଯଜ୍ଞ ସମିଧ ଆହୁତି ଯେଉଁଠି ସକଳ ଯନ୍ତ୍ରଣା ଦୂରୀଭୂତ ଅବସାଦ ଜୀବନ ଯେଉଁଠି ଭାଗ୍ୟ ଭୂଗୋଳର ଇତିହୀନ ଇତିହାସ […]

Subscribe US Now