ମୃତ୍ୟୁ ମହାତୀର୍ଥ – ରଞ୍ଜନ କୁମାର ମହାନ୍ତି

Views: 13
0 0
Read Time:1 Minute, 57 Second



ଜୀବନ ଯେଉଁଠି ନିଶବ୍ଦ ନିଶାର୍ଦ୍ଧ
ନିବୃତିର ଅପେକ୍ଷାରେ
ମୃତ୍ୟୁ ତ ସେଇଠି ସ୍ବପ୍ନର ସାଗର
ନିୟତିର ଉପେକ୍ଷାରେ
ଦଇବର ପରୀକ୍ଷାରେ
ହାଲୁକା ଯେଉଁଠି ଜୀବନର ବୋଝ
ସକାଳର ସମୀକ୍ଷାରେ

ଜୀବନ ଯେଉଁଠି ବିସ୍ମୃତ ବସନ୍ତେ
କୋକିଳର କଣ୍ଠ ରୋଧ
ମୃତ୍ୟୁ ତ ସେଇଠି ସାଜେ ସ୍ଵାଗତିକା
ବର୍ଣ୍ଣହୀନ ବର୍ଣ୍ଣବୋଧ
ଅଲୋଡ଼ା ଯଜ୍ଞ ସମିଧ
ଆହୁତି ଯେଉଁଠି ସକଳ ଯନ୍ତ୍ରଣା
ଦୂରୀଭୂତ ଅବସାଦ

ଜୀବନ ଯେଉଁଠି ଭାଗ୍ୟ ଭୂଗୋଳର
ଇତିହୀନ ଇତିହାସ
ମୃତ୍ୟୁ ତ ସେଇଠି ନୂଆ ଅର୍ଥନୀତି
ମେଣ୍ଟାଇ ପ୍ରତ୍ୟାଶା ଶୋଷ
ଅଧାପୋଡା ଅବଶୋଷ
ନର୍କ ନିର୍ମାଲ୍ୟର ଠିକଣା ଲଭିଣ
ଅସ୍ଥିତ୍ୱକୁ କରେ ଶେଷ

ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ମୋ –8658574945

Share this :
Next Post

ନିମନ୍ତ୍ରଣ - ରଞ୍ଜନ କୁମାର ବ୍ରହ୍ମା

ମହାଶୟ / ମହାଶୟା, ଦୋଳିରେ ଦୋଳ ଗୋବିନ୍ଦ ଆସିସଭିଙ୍କୁ ବାରତା ଦେଲେ ।ନୂଆ ପାଞ୍ଜି ପଢ଼ାହେବ ଫଗୁ ଖେଳ ହେବଏହି ଦୋଳ ପୂର୍ଣ୍ଣିମାରେ ।। ବରଷର କଥା ପଣ୍ଡିତେ ପଢିବେ ଶୁଣିବ କାନକୁ ଡେରି । ସେଠି ସଭିଏଁ ଏକତ୍ର ମଣ୍ଡପେ ବସିବା କାଳ ବିଳମ୍ବ ନ କରି ।। କାର୍ଯ୍ୟ ସୂଚୀ, ଜୀବନ ରଙ୍ଗକୁ ରଙ୍ଗମଞ୍ଚେ ଥୋଇ କରିବା ନିଖୁଣ ଅଭିନୟ |ଭାବ ଦିଆନିଆ ବନ୍ଧନକୁ ଭିଡିନ ଲୋଡିବା […]

Subscribe US Now