ହୋଲିର ନିବେଦନ – ସୁକାନ୍ତ ଖଣ୍ଡା

Views: 13
0 0
Read Time:1 Minute, 46 Second

ମୁଁ ହୋଲି କହୁଛି ହେ ମାନବ ଭାଇ

ମୋତେ ତ ଖେଳିବ ଏବେ

ରଙ୍ଗରେ ରଙ୍ଗିଲା ଦେହର ଉପରେ

ନୁହେଁ ହୃଦୟକୁ କେବେ?

ଅନୁରୋଧ ମୋ’ର ଜଗତବାସୀଙ୍କୁ

ରଙ୍ଗ ବଦଳେଇ ଲୋକ

କରି ପାରେ ମନ୍ଦ ଦୂରେ ରହିଯାଅ

ନ ହେଲେ ପାଇବ ଶୋକ।

ରଙ୍ଗ ବଦଳେଇ ଯିଏ କାମ କରେ

ମରତ ମଣ୍ଡଳେ ରହି

ଭାରି ନୀଚ୍ଚ ତା’ର କାୟ ମନ ବାକ୍ଯ

ଦୁଃଖ ଦେଇପାରେ ସେହି।

ରଙ୍ଗ ମାଧ୍ଯମରେ ପ୍ରବେଶ କରିବ

ସ୍ବାର୍ଥରେ ବୁଡି଼ ନିଜକୁ

ଦୂରରୁ ଜୁହାର କରି ଠିଆ ହୁଅ

ନ ହେଲେ ବୁଡି଼ବ ଆଗକୁ।

ମୁହିଁ ରଙ୍ଗ ଆଜି ହୋଲି ପରବରେ

ସଚେତନ କରୁଅଛି

ସୁରକ୍ଷ। ସକାଶେ ଅନୁରୋଧ ମୋ’ର

ଗୋଡ଼ ହାତ ଧରୁଅଛି।

ସୁକାନ୍ତ ଖଣ୍ଡା

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

ଦୋଳପର୍ବ ର ଶୁଭେଚ୍ଛା - ମଧୁସ୍ମିତା ମିଶ୍ର

ବସନ୍ତ ଆସିଛି ମଳୟ ସାଥିରେଉଡେଇ ଫଗୁ ଅବିର,ଚଉଦିଗ ଆଜି ଉଛୁଳେ ଆନନ୍ଦେଦିଶଇ କେଡେ ସୁନ୍ଦର। ଫଗୁଣ ରାହସ କରୁଥିଲେ କାନ୍ହାରାଇ ସାଥେ ଖେଳି ହୋଲି,ଦୋଳ ପୁନେଇଁରେ ଦୋଳ ବିଭାନରେନଗ୍ରେ ଗ୍ରାମେ ବୁଲି ବୁଲି। ସୁଗନ୍ଧି ସୁମନେ ସଜିତ ବିମାନଭାରି ମନୋରମ ଦିଶେ,ଆମ୍ବ ପେନ୍ଥା ଫାଙ୍କୁ ଚଳନ୍ତି ପ୍ରତିମାଝଟକନ୍ତି ସୁନାବେଶେ। କେଡେ ମନଲୋଭା ଯୁଗଳ ମୁରତିଭେଟି ଦେଉଛନ୍ତି ଖୁସି,ପଥ ବାହିଯାନ୍ତି ବିଭାନ ଚାଳକ ଆନନ୍ଦରେ ହସି ହସି। ଗୋପାଳ ମାନଙ୍କ ମନ […]

Subscribe US Now