ହୋଲି – ଶ୍ରୀକାନ୍ତ ବେହେରା

Views: 12
0 0
Read Time:1 Minute, 56 Second

ଦୋଳ ପୂର୍ଣ୍ଣିମାକୁ ସାଦରେ ଘେନିଣ
ଆସହେ ଖେଳିବା ହୋଲି
ଭାଇଚାରା ରଙ୍ଗ ଅଭିର ପକେଇ
ଖୁସି ସମର୍ପଣ କରି ||1

କରନା କାୟାରେ ଚାଇନା ରଙ୍ଗକୁ
ଯିବାରେ ଆମେତ ଭୁଲି
ଆମରି ରଙ୍ଗରେ ହୋଇଯିବା ରଙ୍ଗ
ରାଧା କୃଷ୍ଣ ଗୀତ ବୋଲି ||2

ନାଲି ରଙ୍ଗ ଦେଇ ରାଧାକୁ ଲୁଚେଇ
କୃଷ୍ଣ ଦେଲେ ଦେହେ ବୋଳି
ନୀଳ ବାଇଗଣୀ ଇନ୍ଦ୍ରଧନୁ ରଙ୍ଗ
ଲଗେଇ ଭେଳିକି ଭେଳି ||3

ଆହା କି ସୁନ୍ଦର କୃଷ୍ଣ ରାଧା ପ୍ରେମ
ଦିଶୁଚି ରଙ୍ଗ ଅଭିରେ
ତାଙ୍କ ପ୍ରେମ ଆଜି ଇତିହାସ ଅଛି
ସାରା ଏଇ ଦୁନିଆରେ ||4..

ପବିତ୍ର ଦୋଳ ପୂର୍ଣ୍ଣିମାର ହାର୍ଦ୍ଧିକ ଅଭିନନ୍ଦନ
ଆସ ସଭିଏଁ ଅଭିର ରଙ୍ଗରେ ରଙ୍ଗୀନ ହୋଇଯିବା||

ଶ୍ରୀକାନ୍ତ ବେହେରା

ଯାଜପୁର, ବରୀଅଲିପୁର
ଭବାନୀପୁର

Share this :
Next Post

ଗୋପର ରଙ୍ଗ ଲୀଳା - ମମତା ବାରିକ

ଆହେ ଜୁଡାମଣି ମୟୁର ଚନ୍ଦ୍ରିକାକର ତମେ ଅନନ୍ତଶର୍ଯ୍ୟାକେ ଜାଣିନାହିଁ ତମ ସେ ଗୋପଲୀଳାଲୀଳା ତୁମ ପ୍ରଧାନକଥା।।ଗୋପାଳୁଣୀ ଧାଉଁଥିଲ ତୁମ ପଛେସ୍ୱାମୀ କୁ ପର ତମେ ଆଗେକି ମନ୍ତ୍ର ଦେଇଥିଲ ସଭିଁଙ୍କ କାନେଥିଲ ତମେ ଗୋପୀଙ୍କ ମନେ।।ଗୋପୀମୋହନ ମୋର ହୃଦଶଙ୍ଖାଳୀଆସ ବସ ମୋର ପାଶରେଦେବି ତୁମ ଦେହେ ରଙ୍ଗଅବିର ବୋଳିଆହେ ମୋର ହୃଦ ଶଂଙ୍ଖାଳୀ।।ଲଗେଇ ଥିଲ ଯେବେ ରାଧାର ମୁଖେତମ କଳା ରଙ୍ଗରୁ ଥାପେରାଧା ଖୋଜିଲାନି କିଛି ଅବିର ସତେବାୟାଣୀ ହେଲା […]

Subscribe US Now