ଦୋଳପର୍ବ ର ଶୁଭେଚ୍ଛା – ମଧୁସ୍ମିତା ମିଶ୍ର

Views: 12
0 0
Read Time:3 Minute, 12 Second



ବସନ୍ତ ଆସିଛି ମଳୟ ସାଥିରେ
ଉଡେଇ ଫଗୁ ଅବିର,
ଚଉଦିଗ ଆଜି ଉଛୁଳେ ଆନନ୍ଦେ
ଦିଶଇ କେଡେ ସୁନ୍ଦର।

ଫଗୁଣ ରାହସ କରୁଥିଲେ କାନ୍ହା
ରାଇ ସାଥେ ଖେଳି ହୋଲି,
ଦୋଳ ପୁନେଇଁରେ ଦୋଳ ବିଭାନରେ
ନଗ୍ରେ ଗ୍ରାମେ ବୁଲି ବୁଲି।

ସୁଗନ୍ଧି ସୁମନେ ସଜିତ ବିମାନ
ଭାରି ମନୋରମ ଦିଶେ,
ଆମ୍ବ ପେନ୍ଥା ଫାଙ୍କୁ ଚଳନ୍ତି ପ୍ରତିମା
ଝଟକନ୍ତି ସୁନାବେଶେ।

କେଡେ ମନଲୋଭା ଯୁଗଳ ମୁରତି
ଭେଟି ଦେଉଛନ୍ତି ଖୁସି,
ପଥ ବାହିଯାନ୍ତି ବିଭାନ ଚାଳକ
ଆନନ୍ଦରେ ହସି ହସି।

ଗୋପାଳ ମାନଙ୍କ ମନ ଉଚ୍ଚାଟନ
ଆସିଛି ଦୋଳ ପୁନେଇଁ,
ନୂଆ ଲୁଗା ପିନ୍ଧି ପିଠାପଣା ଖାଇ
ନାଚୁଛନ୍ତି ଗୀତ ଗାଇ।

ବିଭିଦ୍ଧ ବାଜଣା ବାଜୁଛିରେ ଆଜି
ଶୁଭୁଛିରେ ସିଂଘା ନାଦ,
ଶୀଳତ ଆଣିବା ପାଇଁ ଧାଉଁଛନ୍ତି
ଗୋପାଳେ କରି ଶବଦ।

ହରଷିତ ହୋଇ ପରବ ପାଳନ୍ତି
ହୋଇ ରଙ୍ଗ ବୋଳା ବୋଳି,
ଗୋକୁଳ ଚନ୍ଦ୍ରମା କନ୍ହେଇଙ୍କୁ ଧ୍ୟାୟୀ
ବାଡ଼ି ଖେଳୁଛନ୍ତି ବୁଲି।

ରାଧା ଦାମୋଦର ରଙ୍ଗିନ କରନ୍ତୁ
ଜୀବନକୁ ସଭିଙ୍କର,
ଦୋଳ ପୁନେଇଁର ଏ ଶୁଭ ବେଳାରେ
ଏତିକି କାମନା ମୋର।

ସବୁରି ପରାଣେ ପ୍ରେମ ଭରିଯାଉ
ପୂର୍ଣ୍ଣ ହେଉ ମନ ବାଞ୍ଛା,
ଦୋଳ ପୁନେଇଁରେ ବନ୍ଧୁମାନେ ମୋର
ଘେନ ହାର୍ଦ୍ଦିକ ଶୁଭେଚ୍ଛା।

ମଧୁସ୍ମିତା ମିଶ୍ର
କଟକ

Share this :
Next Post

ଫଗୁ ଖେଳ - ପ୍ରସନ୍ନ କୁମାର ସାହୁ

ଫଗୁଣ ଦଶମୀ ତିଥିରେ ଫଗୁ ଖେଳ ଘରେ ଘରେ, ମୋହନ ବଂଶୀଧର ଖେଳିବେ ଫଗୁ ପରା ମାଇଁ ସାଥିରେ। ସେହି ମାୟାଧର ଦୋଳାରେ ଦାଣ୍ଡ ବୁଲିବେ ମାଇଁ ସାଥିରେ, ଫଗୁ ରଙ୍ଗରେ ରଙ୍ଗେଇ ମାଇଙ୍କୁ ନାଚିବେ ବଂଶୀ ଧରି ହାତରେ। କେତେ ଦୁଷ୍ଟ ନାସ କରି ସଂସାରୁ ସଭିଙ୍କୁ ଉଦ୍ଧାର ସେ କରିଲେ, ଅଘା,ବାଘା ଭଳି କେତେ ଅସୁର ତାଙ୍କ ହାତେ ସ୍ବର୍ଗ ବାସୀ ହେଲେ ପୁତନା ରାକ୍ଷସୀ ମାୟା […]

Subscribe US Now