ଗୋପର ରଙ୍ଗ ଲୀଳା – ମମତା ବାରିକ

Views: 26
0 0
Read Time:2 Minute, 3 Second


ଆହେ ଜୁଡାମଣି ମୟୁର ଚନ୍ଦ୍ରିକା
କର ତମେ ଅନନ୍ତଶର୍ଯ୍ୟା
କେ ଜାଣିନାହିଁ ତମ ସେ ଗୋପଲୀଳା
ଲୀଳା ତୁମ ପ୍ରଧାନକଥା।।
ଗୋପାଳୁଣୀ ଧାଉଁଥିଲ ତୁମ ପଛେ
ସ୍ୱାମୀ କୁ ପର ତମେ ଆଗେ
କି ମନ୍ତ୍ର ଦେଇଥିଲ ସଭିଁଙ୍କ କାନେ
ଥିଲ ତମେ ଗୋପୀଙ୍କ ମନେ।।
ଗୋପୀମୋହନ ମୋର ହୃଦଶଙ୍ଖାଳୀ
ଆସ ବସ ମୋର ପାଶରେ
ଦେବି ତୁମ ଦେହେ ରଙ୍ଗଅବିର ବୋଳି
ଆହେ ମୋର ହୃଦ ଶଂଙ୍ଖାଳୀ।।
ଲଗେଇ ଥିଲ ଯେବେ ରାଧାର ମୁଖେ
ତମ କଳା ରଙ୍ଗରୁ ଥାପେ
ରାଧା ଖୋଜିଲାନି କିଛି ଅବିର ସତେ
ବାୟାଣୀ ହେଲା ପ୍ରତିମୂହୁର୍ତ୍ତେ।।
ରଙ୍ଗେଇ ଥିଲ ସେଦିନ ଗୋପପୁର
ଗୋପଗୋପାଳୁଣୀଙ୍କ ଶରୀର
ହେଇଥିଲା ଗୋପପୁର ରଙ୍ଗଭରା
ଥିଲା ସେ ତମ ରଙ୍ଗଲୀଳା।।

ମମତା ବାରିକ

ସ୍ଥାନ-ଯାଜପୁର,ବାରବାଟୀ,ଗ୍ରାମ-ବାମଦେବ ପୁର ପିନ-755008।

Share this :
Next Post

ହୋଲି ସାତରଙ୍ଗି - ସସ୍ମିତା ପଣ୍ଡା

କୃଷ୍ଣଚୂଡା ରଙ୍ଗଭାବ କୌମୁଦୀ ରେପ୍ରିୟତମା ଓଷ୍ଠ ଛବି ।ତୋଳି ମାଧୁରୀମାଫଗୁଣ ଶେଯରେହସେ ହୋଲି ସାତରଙ୍ଗି ।।(୦) ବଉଳ ପେନ୍ଥା ରେବସନ୍ତ ଆଙ୍କିଛିଚୋରା ଚଇତି ର ଚୁମା ।ସହକାର ମେଳେକୋଇଲି ଗାଉଛିଜୀବନର ସାରେଗାମା ।। ନବଯୂଥିକାରେବିଭୋର ମନ ମୋଭିଜି ଯାଏ କାହାଲାଗି ।।(୧) ନିତି ଅପେକ୍ଷା ରମାଳତୀ କୁଞ୍ଜରେଅଦୂର ଆଳାପ ଭେଟି ।ସାଇତା ସୁହାଗଲେଖିଦିଏ ଆଜିପ୍ରୀତି-ପ୍ରଣତି ର ଚିଠି ।। ସଜ ମଲ୍ଲୀକାରେମୋ ପ୍ରିୟା କବରୀହୋଇଯାଏ ସଉଭାଗୀ ।।(୨) ସସ୍ମିତା ପଣ୍ଡାକଟିକଟା, […]

Subscribe US Now