ହିତ ଶତ୍ରୁ – ପ୍ରସନ୍ନ କୁମାର ସାହୁ

Views: 13
0 0
Read Time:2 Minute, 41 Second

ସେ,

ସବୁ,
ଛଡାଇ,
ନେଇ ଅଛି,
ଆମ ଠାରୁ ହେ
ଦ୍ୱାହି ଦେଇ ପରା,
ଉନ୍ନତ ସଭ୍ୟତାର,
ଛିନ୍ନ କରି ସାରିଅଛି,
ବାସ୍ତବ ସମ୍ପର୍କ ସବୁକୁ,
ନିଜେ ପାଉଛି ଆଦର ସବୁ।
ସେ,
ଆଉ,
ନୁହଇ,
କେହି ପରା,
ହାତରେ ଥିବା,
ମୋବାଇଲ ଫୋନ,
ବର୍ବାଦ କରିଛି ସେ,
ବହୁ ମୂଲ୍ୟ ସମୟ କୁ,
ଆମଠୁ ପାଇବ ବୋଲି ହେ,
ଆଦର ପ୍ରତ୍ୟେକ ସମୟରେ।
ହେ,
ଦେଖ,
ଆସିଲେ,
ବାପା ଘରେ,
ବୁଝନ୍ତି ନାହିଁ,
କାହା ଖବରକୁ,
ଯେଉଁ ମାନଙ୍କୁ ସିଏ,
ଛାଡ଼ି ଯାଇଥିଲେ ଘରେ,
ଦୀର୍ଘ ଦଶ ଘଣ୍ଟା ପୂର୍ବରୁ ହେ,
ତରବର ହୋଇ ଦପ୍ତରକୁ।
ସେ,
ପରା,
ନେଇଛି,
ଛଡାଇ ହେ,
ହସ୍ତାକ୍ଷର କୁ,
ଆମେ ପରା ଆଉ,
ଜମା ଲେଖୁ ନାହୁଁ କିଛି,
ସବୁ ପରା ଟିପି ଦେଉଛୁ,
ସେହି ମୋବାଇଲ ଭିତରେ।
ହେ,
ଦେଖ,
ବନ୍ଧୁ କି,
ବାନ୍ଧବ ଯେ,
ଆସନ୍ତି ନାହିଁ,
ଆମରି ଘରକୁ,
ହଳଦିଆ ଜନାରେ,
ଗୁଆ ଟି ଗୁଡ଼ାଇ ଧରି,
ଆଦରେ ବରିବା ପାଇଁକି,
ନିଜ ଉତ୍ସ୍ଛବେ ଯୋଗ ଦେବାକୁ।
ସେ,
କିନ୍ତୁ,
ଶତ୍ରୁ ଟି,
ନୁହେଁ ଆମ,
ଛଡାଇ ନେଇ,
ଯାଇ ଅଛି ବୋଲି,
କହି ପାରିବା ଆମେ,
ହିତ ଶତ୍ରୁ ଟିଏ ବୋଲି,
ଆମ ହିତ ସାଧନ କରି,
ଛଡାଇ ନେଲା ଅନେକ କିଛି।

ପ୍ରସନ୍ନ କୁମାର ସାହୁ
ବ୍ରହ୍ମପୁର,ଗଞ୍ଜାମ,ଓଡ଼ିଶା

Share this :
Next Post

ଦୋଳପୁନେଇ ରେ ଦୋଳପୁନେଇ - ଦମୟନ୍ତୀ ରଥ

ଦୋଳପୁନେଇ ରେ…….ଦୋଳପୁନେଇ… କେତେ ହସଖୁସି ଆସିଛୁ ନେଇ…..ମଳୟ ପରଶେ…….ମୃଦୁ ମନ୍ଦ୍ର ହାସେ ଦୋଳ ବିମାନେ ଶୋଭନ୍ତି……..କାହ୍ନା ଓ ରାଇ…. ଦୋଳ ପୁନେଇ ରେ ଦୋଳପୁନେଇ…………(୧) ମୃଦୁ ମଳୟରେ…..ଫଗୁଣ ଶେଷରେ ଝୁଲଣରେ ଝୁଲୁଥାନ୍ତି ରାଧାଗୋବିନ୍ଦଅବିର ଖେଳନ୍ତି……ଭୋଗବି ପାଆନ୍ତି ପାଟ ପଟୁଆର…..ସାଥେ ନାନା ବାଇଦଗାଆଁର ଦାଣ୍ଡରେ……କୀରିତନ ତାଳେ…. ସେବକ ବୁଲାନ୍ତି ଗାଆଁ କାନ୍ଧରେ ନେଇ…… ଦୋଳ ପୁନେଇରେ…..ଦୋଳପୁନେଇ………..(୨) ଭକତ ମେଳରେ……ନୃତ୍ୟ ଗୀତ ତାଳେ ଝୁଲି ଝୁଲି ଝୁଲୁଥାନ୍ତି ରାଧାକୃଷ୍ଣ ଦୋଳେକୁସୁମ ସମ୍ଭାରେ…..ପାଦପ ଲତାରେ […]

Subscribe US Now