ଜୀବନର ହୋଲି – ମୃତ୍ୟୁଞ୍ଜୟ ସାହୁ

Views: 58
1 0
Read Time:1 Minute, 18 Second



ମୁଁ
ହୋଲି
ଆସିଛି
ସାତରଙ୍ଗ
ଧରି ମୋ ହାତେ
ରଙ୍ଗୀନ କରିବି
ତୁମ ମନ ଓ ପ୍ରାଣ
ଭିଜିବି ଓ ଭିଜାଇବି
ତୁମକୁ ପ୍ରେମର ବର୍ଷାରେ

ମୁଁ
ଦେବି
ତୁମର
ସେ ଓଠରେ
ନାଲି ରଙ୍ଗର
ହସ ଓ ସତ୍ୟକୁ
ଆଖିରେ ମାଖିଦେବି
ଲାଜ ମିଶା କଜଳକୁ
ପାଦରେ ଗୋଲାପି ଅଳତା

ମୁଁ
ଥିବି
ସାଥିରେ
ବାରମାସୀ
ଫଗୁଣ ପରି
ତୁମରି ସାଥିରେ
ହାତେ ହାତକୁ ଛନ୍ଦି
ସୁଖଦୁଃଖ ସାଥି କରି
ଚାଲୁଥିବି ଜୀବନ ପଥ

ମୃତ୍ୟୁଞ୍ଜୟ ସାହୁ
ପ୍ରତିଷ୍ଠାତା – କବିତା ମିନାର ସାହିତ୍ୟ ଘର
ବଡମ୍ବା, କଟକ
ମୋ :-9090700601

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

8 thoughts on “ଜୀବନର ହୋଲି – ମୃତ୍ୟୁଞ୍ଜୟ ସାହୁ

    1. ଅଶେଷ ଅଶେଷ ଧନ୍ୟବାଦ ଭାଇ
      ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଓ ଶୁଭକାମନା

  1. ବହୁତ ଭଲ ହେଇଛି
    ହୋଲିର ରଙ୍ଗ ଭର୍ତ୍ତି ଶୁଭେଚ୍ଛା 💐

Comments are closed.

Next Post

ଫୁଲ ଫଗୁଣ - ବେଣୁଧର ସୂତାର

ରସାମୃତେ ଭରି ପ୍ରକୃତି ସୁଷମା ଝରାବଉଳର ମହକ ବୋଳେ ଭବ ଉପବନେ ମଳୟ ଚୁମ୍ବନେ ଭାବର ମାଦକ ରସ ଉଛୁଳେ ।। ନବକିଶଳୟ ଶ୍ୟାମମୟ ଦ୍ୟୁତି ଜଗାଏ ବୁକୁରେ ଭାବ ପୀରତି ରସାଳ ଗହଳ କୁଞ୍ଜରେ କୋକିଳ ଅନୁରାଗେ ଗାଏ ସ୍ବାଗତ ଗୀତି ।। କୁସୁମ ବିପଣି ସୁଷମା ମାଳାରେ ନବ ଉନ୍ମାଦର ତରଙ୍ଗ ତୋଳି ଭାବ ଆବେଗର ରୋମାଞ୍ଚିତ ଧାରା ଚୋରା ଚଇତିର ଚାରୁ ବର୍ଣ୍ଣାଳୀ ।। ସସାଗରା […]

Subscribe US Now