ଜନ୍ମ – ମୃତ୍ୟୁଞ୍ଜୟ ସାହୁ

Views: 44
1 0
Read Time:2 Minute, 19 Second

ଶରୀର ମଧ୍ୟରେ ଶରୀରକୁ ଧାରୀ

ସହିଲ ବହୁତ କଷ୍ଟ,

ଦଶ ମାସ ଦଶ ଦିନର ଘଟଣା

ମନୁ କି ହୋଇବ ନଷ୍ଟ |

 

ପିତାଙ୍କ ଶୂକ୍ରାଣୁ ମାତାଙ୍କ ଶରୀରେ

ଡିମ୍ବାଣୁ ସାଥିରେ ମିଶି,

ଭ୍ରୁଣ ଟିଏ ହୋଇ ବଢ଼ିଲି ଗର୍ଭରେ

ଜାଣି ତୁମେ ହେଲ ଖୁସି

 

ଦ୍ୱିତୀୟ ମାସରେ ହୃଦୟକୁ ଦେଇ

ସଞ୍ଚାରିଲ ଦେହେ ରକ୍ତ,

ଆଘାତକୁ ସହି ଗଢୁଥିଲ ମୋର

ଶରୀରକୁ କରି ଶକ୍ତ |

 

ତୃତୀୟ ମାସରେ ରୂପ ଦେବା ପାଇଁ

ଗଢିଲା କେତୋଟି ଅଙ୍ଗ,

ଚତୁର୍ଥ ମାସରେ ପୂର୍ଣ୍ଣ କରି ତାକୁ

କରିଲ ମୋତେ ପୂର୍ଣ୍ଣାଙ୍ଗ |

 

ପଞ୍ଚମ ମାସରେ ମଥାକୁ ସୁରକ୍ଷା

ଦେବାକୁ ଗଢିଲ କେଶ,

ଷଷ୍ଠରେ ଗଢିଲ ସୁରକ୍ଷା କବଚ

ଆଖି ପଲକର ଦେଶ |

 

ସପ୍ତମେ, ଅଷ୍ଟମେ ପୋଷଣକୁ ଦେଇ

ଭାବିଲ ଉନ୍ନତି ମୋର,

ନବମ ଶେଷରେ ସମ୍ପୁର୍ଣ୍ଣ ସଜାଡି

ଦଶମେ ଜନ୍ମ ମୋହର |

 

ମୃତ୍ୟୁଞ୍ଜୟ ସାହୁ

ପ୍ରତିଷ୍ଠାତା :- କବିତା ମିନାର ସାହିତ୍ୟ ଘର

ବଡମ୍ବା, କଟକ

ମୋ :- 9090700601

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

4 thoughts on “ଜନ୍ମ – ମୃତ୍ୟୁଞ୍ଜୟ ସାହୁ

  1. ଭ୍ରୁଣ ରୁ ଆରମ୍ଭ କରି , ସମ ୟ ସହ ମାତୃ ଗର୍ଭ ରେ ଶିଶୁ ର ବିକାଶ ଓ ପରିବର୍ତ୍ତନ କବିତା ମାଧ୍ୟମ ରେ ଉପସ୍ଥାପନା ଖୁବ୍ ସୁନ୍ଦର୍ 👌 , ଧନ୍ୟବାଦ୍ ସାର୍ 🙏 ।

  2. ବିଜ୍ଞାନ ଓ ଶାସ୍ତ୍ରର ସମନ୍ଵୟରେ ସାହିତ୍ୟ ସୃଷ୍ଟିର ଅନବଦ୍ୟ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ ଏବଂ ଜୀବନ ଆଧାରର ଉପାଦେୟ ସୂଚନା କବିତା ମାଧ୍ୟମରେ ପ୍ରସ୍ଫୁଟିତ ।ଶୃଜନାତ୍ମକ ସୃଷ୍ଟି ।

Comments are closed.

Next Post

ୟାସ୍ ଆସି ନେଇଗଲା - ସୁକାନ୍ତ ଖଣ୍ଡା

ୟାସ୍ ଆସୁଅଛି କହିଲା ନାତିଆ ଶୁଣି ଆଈ ହେଲେ ନିଆଁ ଅସମୟେ ଆସି ଠିଆ ହେଉଅଛି ଆମ ଓଡି଼ଶାରେ କିଆଁ? ଜଗତ କଲ୍ଯାଣ କରିବାର ନାହିଁ ଦୁଃଖ ଦେବା ନିଶା ତା’ର ପ୍ରତି ବର୍ଷ ଆସେ ଏହି ସମୟରେ ଭାଙ୍ଗିଦିଏ ଘରଦ୍ବାର। ଆଚାର ଶୁଖିନି ଆମ୍ବ ସଢା଼ ମଧ୍ଯ ଘର ବି ଛାଉଁଣି ତା’ର ହୋଇ ପାରି ନାହିଁ ଖରାତରା ମଧ୍ଯେ ଜୀବନ ବିତୁଛି ମୋ’ର। ସବୁକୁ ଛଡେ଼ଇ ନେଇ […]

Subscribe US Now