ମନ ମାହାତ୍ମ୍ୟ(୮୪) – ବିନୋଦିନୀ ଦାଶ

Views: 46
0 0
Read Time:1 Minute, 58 Second

 

ଅନୁତାପ ଜଳେ ମନ ଧୋଇ ହୋଇ
ଶୁଦ୍ଧ ପବିତ୍ରତା ସିନା ଲଭଇ,
ହେଲେ ଶଠତା ଜଳେ ଅବଗାହନେ
ସେ ଭାବ କି କେବେ ମନେ ଜାଗଇ ?

ବରଂ ବିପଥ ଆଡ଼କୁ ଟାଣି ହୋଇ
ହିତାହିତ ଜ୍ଞାନକୁ ଭୁଲିଯାଇ,
ସୃଷ୍ଟିରେ ଚେଚନ ମଣିଷଟେ ବୋଲି
କେବେ ବି ମନରେ ଧରଇ ନାହିଁ ।

କୂଳ ଲଙ୍ଘିଥିବା ନଦୀକୁ ଯଦିଓ
ଆହୁଲା ସାହାଯ୍ୟେ ପାରି ହୁଅଇ,
ମାତ୍ର ବୁଡ଼ି ଯିବା ଭୟଟି ମନକୁ
ସଦାସରବଦା ଢାଙ୍କି ରଖଇ ।

ଶଠତା ବଦଳେ ସାଧୁତାରେ ସିନା
ମନଟିକୁ ପୂର୍ଣ୍ଣ କୁମ୍ଭ ସଜାଇ,
ରଖି ପାରୁଥିଲେ ହୃଦୟ ଦ୍ବାରରେ
ଶୁଭଫଳ ନିଶ୍ଚେ ପ୍ରାପ୍ତ ହୁଅଇ ।

ତେଣୁ ଆରେ ବାଇଆ ବାତୁଳା ମନ
କେବେ ବି ବିପଥଗାମୀ ନ ହୋଇ,
ଏଭବ ଜଳରୁ ପାରି ହେବା ପାଇଁ
ନାବକୁ ସଜାଡି଼ ଧରିଥା’ ତୁହି ।

ବିନୋଦିନୀ ଦାଶ

କୁରୁଆଁ, ମୁଗପାଳ, ଯାଜପୁର

Share this :

Average Rating

5 Star
100%
4 Star
0%
3 Star
0%
2 Star
0%
1 Star
0%

One thought on “ମନ ମାହାତ୍ମ୍ୟ(୮୪) – ବିନୋଦିନୀ ଦାଶ

Comments are closed.

Next Post

ତୁମେ ହିଁ ତୁମେ - ବେଣୁଧର ସୂତାର

କେବେତୁମେ ଶାନ୍ତ ସୌମ୍ୟକାନ୍ତ କେବେ ନିଦାଘ ବୈଶାଖି ତାତି ଶ୍ରାବଣୀ ଧାରାର ମୁକୁଳା ମହ୍ଲାର ଭୂମି ଓ ଭୂମାର ପ୍ରୀତି ଚୋରା ଚଇତିର ଚାରୁ ମହକର ଫୁଲ ଫଗୁଣର ଗୀତି ।। ତୁମେ ଶାରଦୀୟ ରୂପା ଜୋଛନାରେ କାଶ କୁହୁକର ଭାଷା ହିମ ଶିଶିରର ମୁକୁତା ମାଧୁରୀ ମଗୁଶୁର ମାଣବସା ପଉଷ ଖଳାର ଐଶ୍ବର୍ଯ୍ୟ ମାଳାର ସ୍ବର୍ଣ୍ଣମୟ ଦିବ୍ୟ ଜ୍ୟୋତି ଫୁଲ ଫଗୁଣର ପ୍ରୀତି ।। ତୁମେ ପ୍ରଭାତର ପ୍ରାଚୀ […]

Subscribe US Now