ମନ ମାହାତ୍ମ୍ୟ(୮୭) – ବିନୋଦିନୀ ଦାଶ

Views: 31
0 0
Read Time:1 Minute, 54 Second

 

ଯେତେ କ୍ଷିପ୍ର ହେଲେ ବି ପବନ ଗତି
ପାହାଡ଼ଠୁ ସିନା ଫେରି ଆସଇ,
ହେଲେ ପାହାଡ଼ ସମାନ ହୃଦୟକୁ
ମନ ପବନ ଦିଏ ତରଳାଇ ।

ତାହାର ଗତିକୁ ରୋଧ କରିବାକୁ
ଦୁନିଆରେ ଅଛି କି କାହା ଶକ୍ତି ?
କେବଳ ନିଜର ବିବେକ ଲଗାମ
ଦ୍ବାରା କୁପଥରୁ ଫେରଇ ମତି ।

ଯାହା ସେ ଚିନ୍ତଇ ଯାହା ସେ କରଇ
ସବୁ ଦେଖୁଅଛନ୍ତି ଭଗବାନ,
ଏକଥାକୁ କେବେ ବୁଝି କି ପାରଇ
ଜଣକର ଏକ ଅଜ୍ଞାନ ମନ ?

ପାଦ ବଢା଼ଇବା ପୂରୁବରୁ ଯଦି
ମନ ଟିକିଏ ବିଚାର କରନ୍ତା,
ଉଚିତ୍ କି ଅନୁଚିତ ମାର୍ଗ ତାହା
ନିଶ୍ଚୟ ହୃଦୟ ଅନୁଭବନ୍ତା ।

ସେ ଅନୁଭବଟି ହୃଦୟକୁ ଯଦି
ପ୍ରଗାଢ଼ ଭାବରେ ଛୁଇଁ ଯାଆନ୍ତା,
ତେବେ ଏ କ୍ଷଣ ଭଙ୍ଗୁର ମନଟିର
ନିଶ୍ଚୟ ପରିବର୍ତ୍ତନ ଆସନ୍ତା ।

ବିନୋଦିନୀ ଦାଶ

କୁରୁଆଁ, ମୁଗପାଳ, ଯାଜପୁର

Share this :

Average Rating

5 Star
100%
4 Star
0%
3 Star
0%
2 Star
0%
1 Star
0%

One thought on “ମନ ମାହାତ୍ମ୍ୟ(୮୭) – ବିନୋଦିନୀ ଦାଶ

Comments are closed.

Next Post

ଆଖିରୁ ସପନ ଅନେକ ଦୂର - ବେଣୁଧର ସୂତାର

ଭିଜା ନିଶୀଥର ରଜତ ମାୟାରେ ସିକ୍ତ ହେଉଥିଲା ଏ ତନୁମନ ଅୟୀ ପ୍ରକୃତିର ମାଧୁରିମା କୋଳେ କି ସୁନ୍ଦର ଲାଗୁଥଲା ଜୀବନ ଆଜିବି ରହିଛି ସ୍ମୃତି ଅନ୍ତରାଳେ ଅତୀତର ଯେତେ ସୁନା ସପନ ।। ଉଷା ଗୋଧୂଳିର ସୁବର୍ଣ୍ଣ ଢେଉରେ ଝରୁଥିଲା ସତେ ମାଣିକ ମୋତି ସ୍ବପ୍ନ ମହଲରେ ଝରା ଶେଫାଳିର ଜୋଛନା ରାତିରେ ଛନକେ ଛାତି ଫଗୁଣ ସଞ୍ଜର ନହୁଲି କୁଞ୍ଜରେ ଝରୁଥିଲା ପ୍ରୀତି ସୁଧା ସୁମନ ଅତୀତର […]

Subscribe US Now