ଭାବର ଠାକୁର – ଛବିନା ବାଳା ସେନାପତି

Views: 23
0 0
Read Time:2 Minute, 6 Second

 

ଭାବ ବିନୋଦିଆ ଭାବର ଠାକୁର
ଭକତ ବତ୍ସଳ ହରି।
ନିଳାଦ୍ରୀ ନଗରେ କମ୍ବୁ କଟକରେ
ବିରାଜିଛ ଚକ୍ରଧାରୀ।
କରୁଣା ସାଗର କର ହେ କରୁଣା
କୃପା ବାରିଧି ଵୁହାଇ।
ଯେତେ ପାପ ପଙ୍କ ଲାଗିଛି ଶରୀରେ
ସବୁ ଯାଉ ଧୋଇ ହୋଇ।
ପୂଣ୍ୟ କାମ କିଛି କରିନି ଜୀବନେ
ସେବି ନାହିଁ ସାଧୁ ସନ୍ଥ।
ଧନ ଲୋଭ ମୋହ ଆତ୍ମ ଗାରିମାରେ
ହୋଇ ଅଛି ମୁହିଁ ଅନ୍ଧ।
ବିଷୟା ଜଞ୍ଜାଳେ ଜୀବନ ବିତାଏ
ଉବୁଟୁବୁ ସଂସାର ରେ।
ଆଖିରେ ପଟଳ ମାୟା ମୋହ ଜାଲ
ଲୋଭରେ ମୁଁ ବୁଡି ମରେ।
ଦିନେ ହେଲେ ଯାଇ ନାହିଁ ଦେବାଳୟ
ବସି ନାହିଁ ସତ୍ସଙ୍ଗେ
ସାଧୁଜନ ଙ୍କର ମହତ ବାଣୀଙ୍କୁ
ନେଇ ନାହିଁ ନିଜ ଅଙ୍ଗେ।
କ ଇବଲ୍ୟ ଦାତା ଦୁଃଖୀଜନଙ୍କର
ପିତା ମାତା ଧନ ଜନ।
ତୋନାମ ଅଟ ଇ ସୁଖ ଶାନ୍ତି ଘର
ଅନ୍ୟଥା କିପ୍ରୟୋଜନ।

ଛବିନା ବାଳା ସେନାପତି,କଟକ

Share this :
Next Post

ବର୍ଷା - ପ୍ରିୟଙ୍କା ମହାନ୍ତି

ମେଘ ବରଷିଲା ଟୁପୁର ଟାପୁର ବେଙ୍ଗ ବେଙ୍ଗୁଲି କରିଲେ ମଜା ଅଜା ସାଥେ ବଶି ନାତି ନାତୁଣୀ ଏ ଖାଉଥିଲେ ଖୁଦ ଭଜା , କେଁ କଟ କଟ ବେଙ୍ଗ ବେଙ୍ଗୁଲି ଛାଡୁଥାନ୍ତି ଦୁହେଁ ରଡି କୁନା କୁନି ମା ଡିବି ଲଣ୍ଠନରେ ଢାଳୁ ଥିଲେ କିରୋସିନି , ବରଷା ପାଣି ର ଟିପି ଟିପି ବୁନ୍ଦା ପଡୁଥାଏ ଚାଳାରୁ ଝଡି ଚାଳ ଛପର ର କ୍ଷୁଦ୍ର କଣା ଦେଇ […]

Subscribe US Now