ବୁଲେଇ ନେବେ ନନା – ମନ୍ମଥ ସ୍ବାଇଁ

Views: 22
0 0
Read Time:1 Minute, 56 Second

ବରଷେ ହେବ ଘରେ ବସିକି
ପଢୁଛୁ ଯେଝା ପାଠ
ସ୍କୁଲ ଟୁଇସନ ଯିବାକୁ ମନା
ମନା ଵଜାର ହାଟ ।।

ମାମୁ ମାଉସୀ ପିଉସୀ ଘର
ଯାଇନୁ ଆଉ ବୁଲି
ମେଳା ଯାତରା ପାର୍କ ପଡିଆ
ଗଲୁଣି ସବୁ ଭୁଲି ।।

ବରା ଘୁଗୁନି ପକୁଡି ଫେଣି
ମୁଆଁ ମିଠେଇ ଗଜା
ବୁଲା ବିକାଳୀ ବାଟ ଦରବ
ଖାଇବା ନାହିଁ ମଜା ।।

ନଈ ପହଁରା ପୋଖରୀ ଡିଆଁ
ସାଙ୍ଗ ସୁଆଙ୍ଗ ଭୋଜି
ଭୁତାଣୁ ଭୟେ ସବୁ ଯେମିତି
ମାଖରା ଲାଗେ ଆଜି ।।

ଛାତରୁ ଘର ଘରୁ ଅଗଣା
ଦୁଆର ପିଣ୍ଡା କନ୍ଧି
ସକାଳୁ ସଞ୍ଜ ସେଇଠି ସରେ
ଆପଣା ଘରେ ବନ୍ଦି ।।

ବୋଉ ଲୋ ବୋଉ ଅଜାକୁ ଆଉ
ଫୋଓନ୍ କରେ ଥରେ
ରଥ ଯାତରା ଦେଖିବା ସେଠି
ବସିକି ତାଙ୍କ ଘରେ ।।

ନାଇଁରେ ପୁଅ ପାଖ ଲୋକଙ୍କୁ
ଖୋଲା ଦେଖିବା ମନା
ଯାଉ ଏ ରୋଗ ଆର ଥରକୁ
ବୁଲେଇ ନେବେ ନନା ।।

ମନ୍ମଥ ସ୍ବାଇଁ
ବାଙ୍କୀ

Share this :
Next Post

ଗଛ ତ ଅମୂଲ ମୂଲ - ପ୍ରଫୁଲ କୁମାର ହୋତା

ବନମହୋତ୍ସବ ଅବସରରେ। ଯେଉଁଠି ଖେଳେ ଆମ ମୁନାଟି ଟାଆଣ ଖରା ପଡ଼େ ଖେଳିବା କଷ୍ଟ ଝାଳ ବାହାରେ ମନଟି ତା’ର ମରେ। ଶୁଣିଥିଲା ସେ ବୃକ୍ଷ ରୋପଣ ଜୁଲାଇ ମାସେ ହୁଏ ବୃକ୍ଷ ରୋପଣ ସପ୍ତାହ ପରା କହିଥାନ୍ତି ସଭିଏଁ। ବାଈ ଚଢ଼େଇ ବହୁତ କଷ୍ଟେ ଵସା ନିରମାଣି ଥାଏ ଲଗାଇ ଗଛ ନେବି ଯତନ ମନଟା ତାର କହେ। ଗଛ ଲଗାଇ ଯତନ କଲା ବାଳୁଙ୍ଗା ଟୋକା ଦିନେ […]

Subscribe US Now