କବି – ଅମରଜିତ୍‌ ମଲ୍ଲିକ

କବିଟିଏ ନୁହେଁ ଛଡ଼ା ପୁଷ୍ପଟିଏ ଲାଗି ମଉଳିବା ପାଇଁ କବିଟିଏ ଅଟେ ସଜ ଫୁଲଟିଏ ଫୁଟି ସଦା ରହିଥାଇ।।୧। କବିଟିଏ ନୁହେଁ ଅଲୋଡା କାଷ୍ଠଟେ ପଡ଼ି ରହିଯିବା ପାଇଁ କବିଟିଏ ଅଟେ ଚନ୍ଦନ ବୃକ୍ଷଟେ ବାସ୍ନା ଭରିଦେବା ପାଇଁ।।୨। କବିଟିଏ ନୁହେଁ ଅତୁଠ ପଥର ଅଲୋଡା ରହିବା ପାଇଁ କବିଟିଏ ଅଟେ ସୁନ୍ଦର ମଣ୍ଡପ ସମସ୍ତ ବସିବା ପାଇଁ।।୩। କବିଟିଏ ନୁହେଁ ଗରମ ପବନ କପଡା ଖୋଲିବା ପାଇଁ କବିଟିଏ […]

ଦୂନିଆଁର ରଙ୍ଗମଞ୍ଚ – ଚନ୍ଦ୍ରକାନ୍ତ ଜେନା

ଦୂନିଆଁ ରଙ୍ଗମଞ୍ଚେ ଅଭିନେତା ହୋଇ ଆସିଛି ମୁଁ ଅଭିନୟ ଦେଖାଇବା ପାଇଁ !! ଅଭିନୟ ଦେଖି ମୋର କିଏ ମାରେ ତାଳି କେବେ ଛୋଟ ବଡ ତୃଟି ଦିଏ ମୋତ ଗାଳି !! ଏହିତ ଜୀବନ ମଞ୍ଚେ ଲେଖା ମୋ ନାଟକ କେବେ ହସ କେବେ ଖୁସି କେବେ ପ୍ରେମେ ପରିତିକ୍ତ. !! କେବେ ଆସେ କାଳ ରାତି ଅମାବାସ୍ଯା ନେଇ କେବେ ଚାନ୍ଦ ହସୁଥାଏ ଖିଲି ଖିଲି ହୋଇ. […]

ଗୁରୁ ତୁମେ ଦେବଦୁର୍ଲଭ – ଦୀନବନ୍ଧୁ ବେଜ

  ହେ ଗୁରୁ ଅଛିକି ସଦଗତି ବିନା ତୁମ ଜାଦୁକାରୀ ସ୍ପର୍ଶ ବିନା ତୁମ ଶ୍ରଦ୍ଧା ଓ ଆଶିଷ, ଅଛି କି ମୁକତି ତୁମ ବିନା… ତୁମେ ପରା ଆମ୍ଭରି ଆଦର୍ଶ ତୁମେ ପରା ଝରାଅ ଅମୃତ । ତୁମ୍ଭ କୁହା ଭଲ ପିଲା ପାଇଁ ଆଜି ହୋଇ ଅଛି ମୁହିଁ ବଡ଼ ଛାଇ ପରାୟ ତୁମ୍ଭ ଆର୍ଶିବାଦ ବଡ଼ ମଣିଷରୁ କରିଅଛି ଭଲ, ଗୁରୁ ତୁମ୍ଭେଅଟ ଦେବଦୁର୍ଲଭ । […]

ଶୂନ୍ଯ – ଡ.ଲକ୍ଷ୍ମୀକାନ୍ତ ଦାଶ

  ଶୂନ୍ୟସ୍ଥାନ ହୋଇ ରହିଛି ରହିବି ଶୂନ୍ୟ ଭାବାବେଗ ନେଇ ଶୂନ୍ୟତାର ମଧ୍ୟେ ପୂର୍ଣ୍ଣତା ଲଭିବି ଶୂନ୍ୟ ବ୍ରହ୍ମlଣ୍ଡରେ ଯାଇଁ (1) ଶୂନ୍ୟ ସ୍ୱରୂପକୁ କିଏବା ଜାଣିଛି ଶୂନ୍ୟରେ ସ୍ଥିତ ଯା ଘର ଶୂନ୍ୟ ଠାକୁରଙ୍କୁ ପୂଜେ ବାରବାର ଶୂନ୍ୟହୁଏ ଭାବାନ୍ତର (2) ଶୂନ୍ୟଠାରୁ ସୃଷ୍ଟି ଆବେଗତା ପୁଣି ଶୂନ୍ୟରେ ବିଲୀନ ହୁଏ ଶୂନ୍ୟଅନ୍ତରରେ ମାଗେ ହାତପାତି ଶୂନ୍ୟରେ ଜୀବନ ଧାଏଁ (3) ଶୂନ୍ୟର ଗର୍ଭକୁ ଯିବାପାଇଁ ହୃଦେ ଶୂନ୍ୟଭାବ […]

ଗୁହାରି ଶୁଣ ଭଗବାନ(ଶିଶୁ କବିତା) – ଡ.ପ୍ରିୟମ୍ବଦା ସାମଲ

ଟିକି ହାତଯୋଡି ପ୍ରଣାମ କରୁଛି ଛୋଟ ଛୋଟ ଅଳି କରି ମୋର ନିବେଦନ ଶୁଣିବନା ପ୍ରଭୁ କରୁଛି ଟିକେ ଗୁହାରି। ମୋର ପିତାମାତା ସରଗଠୁ ବଡ ମାନିବି ମୁଁ ତାଙ୍କ କଥା ଜ୍ଞାନଦାତା ପରା ପ୍ରିୟ ଗୁରୁ ମୋର ଶୁଣିବି ମୁଁ ତାଙ୍କ ବାର୍ତ୍ତା। କରିବିନି ହେଳା କାମରେ ମୁଁ କେବେ ନିୟମରେ ରହିଥିବି ମିଠା କଥା କହି ମନ ମୋହୁଥିବି ସର୍ବଜନ ପ୍ରିୟ ହେବି। ଗୁରୁ ଜନେ ଭକ୍ତି […]

ବିରହ ବେଦନା – ସସ୍ମିତା ବେହେରା

  ସ୍ମୃତି ଉପବନେ ଶୁଷ୍କ ମରୁତଳେ ଶିଶିରର ଆସ୍ତରଣ ପ୍ରୀତି ଝରାଫୁଲ ବୁକୁରେ ମଉଳେ ରଜନୀ ଦେଇଛି ରାଣ। ମିଛ ମରିଚିକା ବିଦଗ୍ଧ ହୃଦୟ ଲାଗେ ଆଜି ହାହାକାର ମୁଠା ମୁଠା ରେଣୁ ପାପୁଲିରେ ଭରି ମାଗଇ ପିୟୁଷନୀର। ସୁପ୍ତ କଳିକାଟି କ୍ଷୁଦ୍ର ତରୁତଳେ ନିମିଷେ ଅନାଇ ଦିଏ ଚାତକିନୀ ପରି ସୁନୀଳ ଆକାଶୁ ବିନ୍ଦୁ ବିନ୍ଦୁ ଜଳ ପିଏ। କଣ୍ଟକିତ ପଥେ ନିଶକ୍ତ ମାନବ ଲାବଣ୍ୟମୟୀ ମୋ ଦେହ […]

ନୁହେଁ କବି – ଶ୍ରୀ ମିଥୁନ୍ ନାଏକ

  ନୁହେଁ କବି ନୁହେଁ ଲେଖକ, ମୁଁ ଅଜ୍ଞାନ ବାଳକ | ଯାହାମୋ ହୃଦୟରେ ଆସେ, ବସି ମୁହିଁତ ଲେଖେ | ପ୍ରଭୁଙ୍କର କୃପା ହୋଇଛି, କାଗଜରେ ଲେଖୁଛି | ଜାଣେନାହିଁ କେତେ ଯେ ଭଲ, ସତେ ନୁହଇଁ ମୁଲ୍ୟ | ଅବା ଅଟେ କେତେ ଖରାପ, ମନେ ଭରିଛି ପାପ | ସବୁବେଳେ ମୁହିଁ ଡାକୁଛି, ପ୍ରଭୁ କୃପା ଲଭୁଛି | ମୋ ଲେଖା ନ ଲାଗୁ ଦୁଃଖ, […]

ଏଇତ ଜୀବନ – ଶ୍ରୀରାମ ସାହୁ

ଆଜିର ଦିନରେ ମଣିଷ ପରିକା ବଞ୍ଚିବା କଷ୍ଟ ଲାଗଇ। ସୁସ୍ଥ ପରିବେଶ ଅଭାବ ସବୁଠି ଖୋଜିବ କେଉଁଠି ଯାଇ…..।୦। ଆପଣାର ଲୋକ ରହନ୍ତି ଦୂରେଇ ଦେବାକୁ ପଡ଼ିବ ଭାବି। ଏସବୁ ଦେଖିଲେ ଦୁଃଖଲାଗେ ଭାରି କାହା କଥାକୁ କହିବି। ମମତାର ମୂଲ କିଏବା ବୁଝିବ ମଉନେ ଚିନ୍ତା କରଇ……।୧। ସ୍ବାର୍ଥପର ହୋଇ ଜାବୁଡ଼ି ଧରନ୍ତି ନିଜର ସୁଖସୁବିଧା। ଶୋରିଷ ପ୍ରମାଣେ ହାନୀ ଯଦିହୁଏ ଜବାବ ଦିଅନ୍ତି ସିଧା। ଭାବ ଭକତିରେ […]

ଲାସ୍ଯମୟୀ କାଶ – ବେଣୁଧର ସୂତାର

ଶାରଦ ଆକାଶେ ଶାରଦୀୟ ଜହ୍ନ ଧରଣୀରେ ମଧୁ ରାତି ପ୍ରତୀରେ କେଦାରେ ଫୁଟିଅଛୁକାଶ ତୁଷାର ଧବଳ ଜ୍ୟୋତି ।। ଶ୍ୟାମକୁଞ୍ଜେ ତୋର ଶ୍ବେତ ତନୁ ଶୋଭା ଆହା କେଡ଼େ ସମୁଜ୍ଜୋଳ ସୁନୀଳ ଅମ୍ବରେ ଶୁଭ୍ରକାଦମ୍ବିନୀ ଶୋଭେ ଯେହ୍ନେ ମାଳ ମାଳ ।। ଜୋଛନା ଝରୁଛି ଶିରିଶିରି ଆହା ଶିଶିର ଭିଜାଏ ଦେହ ଛୁଇଁ ଛୁଇଁ ଯାଏ ନବନୀତ ତନୁ ଅମାନିଆ ଗନ୍ଧବହ ।। ସଜାଇ ଦେଇଛୁ ରୂପର ପସରା ରୂପ […]

ବିରହ ବ୍ଯଥା – ସନ୍ଦିପା ଦଳାଇ

  ନୂଆ ଏକ ରଙ୍ଗ ନେଇ ଆସିଥିଲ ମୋର ଏହି ଜୀବନରେ ଆଜି ସେହି ରଙ୍ଗ ଫିକା ପଡିଗଲା ତୁମେ ଫେରି ଯିବା ପରେ !! ଦେଇଥିଲ କଥା ଚାଲୁଥିବ ସାଥେ ହାତ ରଖି ମୋର ହାତେ ଅଧା ବାଟେ ଆଜି କରି ଦେଲ ଏକା ଭୂଲି ପ୍ରତିଶୃତି ଯେତେ !! କଥା ଦେଇ ତୁମେ ରଖିଲନି କଥା ଭାଙ୍ଗି ଦେଲ ହୃଦୟକୁ ପ୍ରତାରଣା ଯଦି ଥିଲା ତୁମ ମନେ […]

Subscribe US Now