ବାପାଙ୍କ ଗାଳି – ବିଷ୍ଣୁଚରଣ ସାହୁ

ବାପା ଙ୍କ ଗାଳିରେ କି ମନ୍ତର ଅଛି ଜାଣନ୍ତି ଜାଣିବା ବାଲା, ସେଇ ଗାଳି ଆଜି ଏଇ ସମାଜରେ ମଣିଷ ଟେ ମୋତେ କଲା । କେତେ ଯେ ଆକଟ କେତେ କଟୁକଥା ମୋତେ ଯେ କେତେ କୁହନ୍ତି, ଭିତରେ ଭିତରେ ଆମ ହିତ ପାଇଁଁ ଶୁଭ ସେ ମନାସୁ ଥାଆନ୍ତି । ପାଠ ପଢିବାରେ ଧ୍ୟାନ ନ ରଖିଲେ ଶୁଣାନ୍ତି ଅନେକ କଥା, ସେ କଥାର ମୂଲ୍ୟ ଏବେ […]

ଖାସ୍ ତୁମରି ପାଇଁ – ବିଷ୍ଣୁଚରଣ ସାହୁ

ତୁମ ପାଇଁ ଏବେ ଫୁଲେଇ ଫଗୁଣ ପସରା ଦେଇଚି ମେଲି, ତୁମ ପାଇଁ ଏବେ ସଞ୍ଜ ଗଡ଼ି ଗଲେ ମହକି ଉଠୁଛି ମଲ୍ଲୀ । ଝରା ବଉଳର ବାସ ଚହଟୁଚି ଭାରି ଅମାନିଆ ହୋଇ, ମହୁଲ ବଣରୁ ମହକ ଛୁଟୁଛି ଖାସ୍ ତୁମରି ପାଇଁ । ହାଲୁକା ପବନେ ହଲି ହଲି ଫୁଲ ହସୁଚି ଗଛରେ ଫୁଟି, ତୁମ ପାଇଁ ଏବେ ଋତୁସବୁ ରଙ୍ଗ ଅବିର ଆଣିଚି ଲୁଟି । […]

ସ୍ବଦେଶ ମାଟି – ଅନିଲ ପ୍ରଧାନ

(ସ୍ବଦେଶ ମାଟି) ଅନିଲ ପଧାନ ସ୍ବଦେଶୀ ଜୀବନ ପ୍ରଫୁଲ୍ଲତା ମନ ,ବଞ୍ଚିଥିବା ଯେତେ ଦିନ | ବିଭୁଙ୍କୁ ଅର୍ପିବା ସ୍ବଦେଶୀ ସୁମନ ,ଦେଇ ତନ ମନ ଧନ | ସ୍ବଦେଶ ମାଟିରେ ପାଣି ପବନରେ ,କରିଯିବା ଯେତେ କାମ | ସ୍ବଦେଶର ରକ୍ଷା ହେଲେ ଆମ ଦୀକ୍ଷା,ପାଇବା ପରମ ଧାମ | ସ୍ବଦେଶର ବସ୍ତ୍ର ସ୍ବଦେଶର ଅସ୍ତ୍ର ,ଶକ୍ତିଶାଳୀ ଅଟେ ଜାଣ | ସ୍ବଦେଶୀ ଖାଦ୍ୟରେ ସ୍ବଦେଶବାଦ୍ୟରେ ,ଲାଭପାଏ ଆମପ୍ରାଣ […]

ଜୀବନ – ଜିନଶ୍ରୀ ରାଉତରାୟ

ଏଇ ଜୀବନଟା ଏକ ନାଟକ ଆମେ ସବୁ କଳାକାର ଏ ନାଟକର ମୁହେଁ ରଙ୍ଗବୋଳି ଅଭିନୟ କରୁ ଚମତ୍କାର ।। ଦୁନିଆ ର ରଙ୍ଗମଞ୍ଚ ପରେ ବାଇଆ ହୋଇଛେ ସବୁ ସଂସାର ମାୟାରେ ଷଡରିପୁ ବଶୀଭୂତ ଆଜିର ମଣିଷ ବୁଝିପାରେ ନାହିଁ ଜୀବନ ରହସ୍ୟ ଜନ୍ମ ଅଛି ମାନେ ମୄତୁ ତ ନିଶ୍ଚିତ ବଞ୍ଚିବାକୁ ଏ ମଣିଷ ଶତ ତ ଚିନ୍ତିତ ଦୁର୍ଲଭ ଜନମ ଅଟେ ମଣିଷ ଜନମ ଭଲ […]

ମୋ ପ୍ରିୟ ଭାରତ – ଶ୍ଵେତାଲିନ୍‌ ବେହେରା

ସୁନାର ଦେଶ ମୋ ପ୍ରିୟ ଭାରତ, ରଖିବାକୁ ଚାହେଁ ଭାରତର ମହତ । ଏ ଭାରତ ଆମ ସ୍ଵାଧୀନ ଦେଶ , ଜନମ ମାଟି ସେ ପୁଣ୍ୟ ଅଶେଷ । ଭାରତ ଟି ମୋର ଜନମ ଭୁଇଁ, ଜୀବନ ଅର୍ପିବି ତାହାରି ପାଇଁ। କେତେ ମହାବୀର ଥିଲେ ଲଢ଼ୁଆ, ସେବା କରିବି ରଖିଲେ ନାଆ। ଜନ୍ମ ମାଟି ଠାରୁ କେ ବଡ଼ ଅଛି? ଆମ ପାଇଁ ସବୁ ସାଇତିଛି। ବିଶ୍ୱ […]

Subscribe US Now