କବି – ଅମରଜିତ୍‌ ମଲ୍ଲିକ

କବିଟିଏ ନୁହେଁ ଛଡ଼ା ପୁଷ୍ପଟିଏ ଲାଗି ମଉଳିବା ପାଇଁ କବିଟିଏ ଅଟେ ସଜ ଫୁଲଟିଏ ଫୁଟି ସଦା ରହିଥାଇ।।୧। କବିଟିଏ ନୁହେଁ ଅଲୋଡା କାଷ୍ଠଟେ ପଡ଼ି ରହିଯିବା ପାଇଁ କବିଟିଏ ଅଟେ ଚନ୍ଦନ ବୃକ୍ଷଟେ ବାସ୍ନା ଭରିଦେବା ପାଇଁ।।୨। କବିଟିଏ ନୁହେଁ ଅତୁଠ ପଥର ଅଲୋଡା ରହିବା ପାଇଁ କବିଟିଏ ଅଟେ ସୁନ୍ଦର ମଣ୍ଡପ ସମସ୍ତ ବସିବା ପାଇଁ।।୩। କବିଟିଏ ନୁହେଁ ଗରମ ପବନ କପଡା ଖୋଲିବା ପାଇଁ କବିଟିଏ […]

ଦୂନିଆଁର ରଙ୍ଗମଞ୍ଚ – ଚନ୍ଦ୍ରକାନ୍ତ ଜେନା

ଦୂନିଆଁ ରଙ୍ଗମଞ୍ଚେ ଅଭିନେତା ହୋଇ ଆସିଛି ମୁଁ ଅଭିନୟ ଦେଖାଇବା ପାଇଁ !! ଅଭିନୟ ଦେଖି ମୋର କିଏ ମାରେ ତାଳି କେବେ ଛୋଟ ବଡ ତୃଟି ଦିଏ ମୋତ ଗାଳି !! ଏହିତ ଜୀବନ ମଞ୍ଚେ ଲେଖା ମୋ ନାଟକ କେବେ ହସ କେବେ ଖୁସି କେବେ ପ୍ରେମେ ପରିତିକ୍ତ. !! କେବେ ଆସେ କାଳ ରାତି ଅମାବାସ୍ଯା ନେଇ କେବେ ଚାନ୍ଦ ହସୁଥାଏ ଖିଲି ଖିଲି ହୋଇ. […]

ନିଜର କିଏ..ଡ. ପ୍ରିୟମ୍ବଦା ସାମଲ

*ନିଜର କିଏ* ଡ. ପ୍ରିୟମ୍ବଦା ସାମଲ ଏ ସୁନ୍ଦର ପ୍ରାଚୁର୍ଯ୍ୟ ଭରା ଜୀବନ ଏ ସୁନ୍ଦର ସୁଗଠିତ ଶରୀର ଏ ଅତର ବୋଳା ବ୍ଯସନ ଭୂଷଣ ବସ୍ତ୍ର ଅଳଙ୍କାର, ମୋର ନୁହେଁ । ଉଚ୍ଚ ପଦସ୍ଥ ସ୍ବାମୀ ପ୍ରତିଭାବାନ୍ ପୁଅଝିଅ ଏ ସୁନ୍ଦର ଘରବାଡି ଏ ମନ ପସନ୍ଦର ପ୍ରାସାଦ ଲୋଭିଲା ଦାମୀ ଗାଡି କେହିବି ମୋର କିଛି ନୁହେଁ ଏ ଜିଇଁବାଟା ମୋର ନୁହେଁ ମରିବା ବି ନୁହେଁ। […]

ଏଇ ମନ ବୃନ୍ଦାବନ..ଡ. ପ୍ରିୟମ୍ବଦା ସାମଲ

ଏଇ ମନ ବୃନ୍ଦାବନ ଡ. ପ୍ରିୟମ୍ବଦା ସାମଲ ମନ ବୃନ୍ଦାବନେ ସଜାଇ ରଖିଛି କେତକୀ କୁସୁମ ହାର ହୃଦୟକୁ ମୋର ସାଇତି ରଖିଛି ତୁମପାଇଁ ବେଣୁଧର। ନହୁଅ ନିଷ୍ଠୁର ଆହେ ବଂଶୀଧର ଚାହିଁ ଅଛି ତୁମ ପଥ ତୁମ ବଂଶୀ ସ୍ବର ଶୁଣି ଦେଲେ ଥରେ ମନ ମୋ ହେଉଛି ବ୍ଯସ୍ତ। ପାର୍ଥିବ ପ୍ରେମରେ ସେ ମଧୁତା କାହିଁ ଅପ୍ରାକୃତ ପ୍ରେମେ ଯହିଁ ଜୀବନ ଜଂଜାଳ ସହି ହେଉ ନାହିଁ […]

ଅତିବଡ଼ି ଜଗନ୍ନାଥ.ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

ଅତିବଡ଼ି ଜଗନ୍ନାଥ 🌹🌹🌹🌹🌹🌹🌹 ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା ଓଡ଼ିଆ ଜାତିର ସ୍ୱାଭିମାନ ରଥେ ରଥ ଧ୍ବଜା ଭାଗବତ, ଓଡିଶା ମାଆର ଦରିଦ୍ର ବ୍ରାହ୍ମଣ ଘରେ ଜନ୍ମ ଜଗନ୍ନାଥ, ଓଡ଼ିଆ ଭାଷା କର୍ଣ୍ଣଧାର…… ତୁମ ପାଇଁ ଆଜି ଓଡିଶା ପ୍ରଦେଶ ଜନ୍ମଦିନେ ନମସ୍କାର ll ପିତୃ ବିୟୋଗରେ ପନ୍ଦର ବର୍ଷରେ ଦାରିଦ୍ର୍ୟର ତାଡନାରେ, ଅବିଚଳ ତୁମେ ନିଶ୍ଚଳ ହୋଇଣ ମାତା ଦୁଃଖ ଫେଇବାରେ, ସେ ପ୍ରଭୁ ପାଦପଦ୍ମରେ…… ଲୟରଖି ଶ୍ରୀମଦ୍ଭାଗବତ […]

ନୂଆଖାଇ..ସୁକାନ୍ତ ଖଣ୍ଡା

ଆସିଅଛି ଏଇ ମରତେ ନୂଆଖାଇ ପରବ ନବାନ୍ନ ଭକ୍ଷଣ କରିବା ଆସ ହୋଇ ଗରବ।୧ ସମଲେଇ ମାଆ ଆମକୁ ଦେବେ ଆଶୀଷ ଢାଳି ପୂଜା ଆରାଧନା କରିବା ଦେଇ ଅହଂକୁ ବଳି।୨ ସଭିଙ୍କର ସୁଖ କାମନା ହେଉ ଭାବନା ଆମ ଧରମ ସହିତ ସର୍ବଦା କରି ନିତି କରମ।୩ ବଡ଼ଙ୍କୁ ସମ୍ମାନ ସହିତ ମୁଣ୍ଡ ନୁଆଇଁ ଦେବା ସାନ ରହିଛନ୍ତି ଯେତେକ ଆଶୀର୍ବାଦ ଲଦିବା।୪ ସକଳ କାମନା ହେଉ ଏ […]

ମୁଁ,ତୁମେ ଓ ସେ..ସୁକାନ୍ତ ଖଣ୍ଡା

-ମୁଁ- ମୁଁ ତାଙ୍କୁ କଥା ଦେଇଥିଲି ଆସିବି ସଞ୍ଜରେ ତୁମେ ଆଉ ସେ ବି ଅବଶ୍ଯ ଆସିବେ ଉଡି଼ବାକୁ ହେବ ପାହାଡ ସେପଟେ ଯେଉଁଠି ସଭିଏଁ ଥିବେ ଅଥଚ କେହି ବି ନୁହେଁ କେବଳ ତୁମେ ଆଉ ସେ ମୁଁ ମିଶି ଏକାକାର ହେବା କାମନା ଓ ବାସନା ଦୋଳିରେ। -ତୁମେ- ତୁମେ ଆସୁନାହଁ ବୋଲି ମଉଳିବା ଆରମ୍ଭ ହେଲିଣି ଝଡି଼ ପଡି଼ଲାଣି ହୃଦୟର କାମନା ପ୍ରତିକ୍ଷଣ ଭାବୁଛି ଇଏ […]

ବିଶ୍ବକର୍ମା ପୂଜା.ସୁକାନ୍ତ ଖଣ୍ଡା

ଓହ୍ଲାଇ ଆସିଛ ମରତ ଧାମକୁ ଦେଖିକି କାଶତଣ୍ଡିକୁ ତୁମେ ତ ତିଆରି କରିଅଛ ସବୁ ସଂସାରେ ଥିବା ଚିଜକୁ।୧ ଈଶ୍ବର ଇଛାରେ ଗଢି଼ ଚାଲିଅଛ ସଂସାର ସୁରକ୍ଷା ପାଇଁ ତୁମ ପରି ଆଉ କିଏ ବା ପାରିବ ସୌନ୍ଦର୍ଯ୍ଯତା ଦେଲ ଥୋଇ?୨ ଜଗତ କଲ୍ଯାଣ ତୁମ ଦ୍ବାରା ହେବ ସେ ପାଇଁ ମରତ ଜନ ରାତି ନ ପାହୁଣୁ ପୂରା ସଜବାଜ ଦେବାକୁ ନୈବେଦ୍ଯ ମନ।୩ ଦୁଃଖ ଶୋକ ସବୁ […]

Subscribe US Now