ପ୍ରେମ ପରିମିତି – ନୀଳାମ୍ବର ମହାନନ୍ଦ

ପ୍ରେମ ପରିମିତି ଏକ ଅଭେଦ୍ୟ ଜ୍ୟାମିତି କେବେ ସେ ବୃତ୍ତର ଆକୃତି ପୁଣି କେବେ ତ୍ରିକୋଣମିତି ବୁଝି ହୁଏ ନାହିଁ ପ୍ରେମ ପରିଭାଷା ପ୍ରେମ ଏକ ଅଭେଦ୍ୟ ଜ୍ୟାମିତି …..!! ପ୍ରେମ ମଧୁ ପ୍ରତି ଏକ ସାହିତ୍ୟ ସଂସ୍କୃତି କେବେ ସେ କବିର କବିତା ପୁଣି କେବେ ଗାଳ୍ପିକ ଗଳ୍ପଟି ବୁଝି ହୁଏ ନାହିଁ ସଂଜ୍ଞା କି ସ୍ୱରୂପ ପ୍ରେମ ଏକ ସାହିତ୍ୟ ସଂସ୍କୃତି …..!! ପ୍ରେମ ଚିର ସ୍ମୁତି […]

ତୁମେ-୩ – ଯଜ୍ଞେଶ୍ବର ପଣ୍ଡା

ସୂରୁଜଠୁ ତେଜ ତୁମେ ଚାନ୍ଦଠୁ ଶୀତଳ ଯାମିନୀଠୁ ଗାଢ଼ ତୁମେ ଫୁଲଠୁ କୋମଳ।୧। କଥା ତୁମ ମଧୁଝରା ପୀରତି ମଦିରା ସ୍ପର୍ଶ ତୁମ ମତୁଆଲା ମାଦକତା ଭରା।୨। ମନ ବଗିଚାର ତୁମେ ସଜଫୁଟା ଫୁଲ ବିରହ ବେଦନା ନିତ୍ୟ କରେ କଲବଲ।୩। ପ୍ରତି କବିତାରେ ତୁମେ ଅଟ ମୋ ଭାବନା ପ୍ରତି ସଙ୍ଗୀତରେ ତୁମେ ମଧୁର ମୂର୍ଚ୍ଛନା।୪। ବସନ୍ତ ଆଗମେ ତୁମେ ମୃଦୁଳ ଅନିଳ ତୁମପାଇଁ ନୂଆ ଲାଗେ ପ୍ରତିଟି […]

ଶରତ ଶାୟରୀ – ଯଜ୍ଞେଶ୍ବର ପଣ୍ଡା

ଭରା ଭାଦ୍ରବରେ ଅୟି ଅର୍ଘ୍ୟ ଥାଳି ପ୍ରିୟ ଶାରଦୀୟ ଦାନ ସବୁଜ ସାବଜା ସାଜିଅଛି ଉର୍ବୀ ଦରଶନେ ଭାଗ୍ୟବାନ।୧। କୁସୁମ ବିକଚେ ସୁଷମା ସେ ରଚେ ମଧୁଜାକୁ ଦିଏ ଶିରୀ କଇରବ ମନ ଉତ୍ତାଳ ଉତ୍ତାନ ନୀଳ ନୀରେ ଶେଯ ପାରି।୨। ଗୋଧୂଳି ଗୋପନେ ବିଧୂ ଉଦୟନେ ଉଭା ସତେ ପଲ୍ଲୀ ବଧୂ ଶୁଭ୍ର କେତକୀ କାଶତଣ୍ଡୀ ମାଖି ସୁନା ସଂଜେ ସତେ ମଧୁ।୩। ଶରତ ସିତାଂଶୁ କୌମୁଦୀ ଅଂଶୁ […]

ଯିବି ନାହିଁ ପ୍ରେମ ଦୁନିଆ – ଜଗମୋହନ ପ୍ରଧାନ

ଯିବି ନାହିଁ କେବେ ପ୍ରେମର ଦୁନିଆ ସେ ଦୁନିଆରେ ଛଳନା ଥିବ ପ୍ରେମର ମୁଖା ପିନ୍ଧି ଛଳନା ନିତି ଏ ହୃଦୟ ସହିତ ଖେଳିବ । ସେ ସ୍ଵାର୍ଥର ସମ୍ପର୍କ ଯୋଡ଼ିବ।। ପ୍ରେମ ପ୍ରେମ କହି ହୃଦୟେ ବସିବ ନିତି ନୂଆ ସ୍ବପ୍ନ ଦେଖେଇବ ଛଳନାର ଚକ୍ରବ୍ୟୁହ ସେ ରଚିବ ସେ ଚକ୍ରେ ଏ ହୃଦୟ ଫସିବ। ପ୍ରେମ ମୁଖା ପିନ୍ଧି ସେ ହସିବ।। ସମୟ ଆସିଲେ ସେ ମୁଖା […]

ଫକୀରମୋହନ ସ୍ମରଣେ – ଚିତ୍ତରଞ୍ଜନ ନନ୍ଦ

ନୟନର ତାରା ହୋଇ ବାପା ଲକ୍ଷ୍ମଣ ଓ ମା ତୁଳସୀ କୋଳରେ ଅପୂର୍ବ ଲଗନେ ପବିତ୍ର ମକର ସଂକ୍ରାନ୍ତିରେ ଜନମିଲ ବ୍ରଜମୋହନ ପୁଣ୍ଯ ଦିବସରେ।୧। ପୂଣ୍ୟ ଭୂମି ଉତ୍କଳର ବାଲେଶ୍ବର ଜିଲ୍ଲା ମଲିକାଶ ପୁରରେ ଧରାକୁ ଆସିଲ ତେର ଜାନୁଆରୀ ଅଠର ଶହ ତୈୟାଳିସ ମସିହାରେ ।୨। ବାପା ମା ଛେଉଣ୍ଡ ହୋଇ ଜେଜେମା କୋଳେ ବଢିଲ ଫକୀର ହାତକୁ ଟେକିଲେ ବୋଲି ଫକୀରମୋହନ ନାମ ନେଲ ।୩। ନିଜେ […]

ସବୁ ବନେ ବନେ କାଁ – ଆଶୁତୋଷ ଠାକୁର

  ଜତ୍ ପଢ଼ା ତତ୍ ବେଡା କଥା ସୁନା ଏଭର୍ ଜୁଆନ୍ ପିଢି ମାଁ,ବୁଆର ଆକଟେ ଆର ନାଁଇ ନ ଆର ପାହେଁ ଗଲେ ବଢ଼ି !! ପାଠ ପଢା ଲାଗି ଖଞ୍ଜି ବିଞ୍ଜି କରି ନିଜେ ରହେଲେ ଭୁକେ ଭଟେ ପଢୁଛେ ଆମର ଛୁଆ ବଲି କହି ବସଲେ ଡ଼ାଣେ ଭଟେ !! ପହିଲ ବଝର ବନେ ହେଇ ପଟଲା ଦୁସରା ବଛରେ ଖାଁଟ୍ ପାଠ କେ ଛାଡ଼ି […]

ମକର ସଂକ୍ରାନ୍ତି – ଶେଖ ମୋଜାହିଦ ମହତାବ

ନୂଆ ବରଷର ପ୍ରଥମ ପରବ ମକର ଆସିଛି ଧରରେ, ଗାଁ ଜନପଦେ ଆନନ୍ଦ ଉଲ୍ଲାସ ବର୍ଣ୍ଣିତ ହୁଏନି ଭାଷାରେ l ଉତରାୟଣ କୁ ସୁରୁଜ ଢଳିବେ ଦିନଅବଧି ଯିବ ବଦଳି, ମନ୍ଦ ମନ୍ଦ କରି ମଳୟ ପବନ ମନକୁ ମତୁଆଲା କଲାଣି l ନୂଆ ଅରୁଆ ଚାଉଳ, ରାଶି, କ୍ଷୀର,ମହୁ,ଗୁଡ଼,କଦଳୀ ଓ ଫଳର ଫେଣ୍ଟା ଫେଣ୍ଟି ମହକ l ଉତୁରି ପଡୁଥିବା ଆତ୍ମୀୟତାରେ ବନ୍ଧୁବର୍ଗ, ସଖା ସହୋଦର, ପରିବାରରେ ଆଣିଛି […]

ମକର ସଂକ୍ରାନ୍ତି-ମହାନ ଦିବସ – ଡ. ପ୍ରିୟମ୍ବଦା ସାମଲ

ସଂସ୍କୃତି ସମ୍ପନ୍ନ ପରଂପରା ମହାନ ଆମ ଉତ୍କଳ ପ୍ରଦେଶ ବାରମାସେ ତେର ପର୍ବ ପାଳିଣ ଦିବ୍ଯ କରେ ପରିବେଶ। ସର୍ବ ଭାରତୀୟ ପରବ ଅଟଇ ମକର ସଂକ୍ରାନ୍ତି ପୁଣ ଧନୁ ରାଶିଠାରୁ ମକର ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ଜାଣ। ଦକ୍ଷିଣରୁ ଉତ୍ତରାୟଣକୁ ଗତି ମକରେ ଦିନ ବକର ଶୁଭଙ୍କର କାର୍ଯ୍ୟର ହୁଏ ଆରମ୍ଭ ଘର ପ୍ରତିଷ୍ଠା ବ୍ରତର। ପରଲୋକ ପ୍ରାପ୍ତେ ଏହି ସମୟରେ ଯାଆନ୍ତି ବିଷ୍ଣୁ ପୁର ପିତାମହ ଭୀଷ୍ମ […]

Subscribe US Now