ବନମହୋତ୍ସବ ଅବସରରେ।
ଯେଉଁଠି ଖେଳେ ଆମ ମୁନାଟି
ଟାଆଣ ଖରା ପଡ଼େ
ଖେଳିବା କଷ୍ଟ ଝାଳ ବାହାରେ
ମନଟି ତା’ର ମରେ।
ଶୁଣିଥିଲା ସେ ବୃକ୍ଷ ରୋପଣ
ଜୁଲାଇ ମାସେ ହୁଏ
ବୃକ୍ଷ ରୋପଣ ସପ୍ତାହ ପରା
କହିଥାନ୍ତି ସଭିଏଁ।
ବାଈ ଚଢ଼େଇ ବହୁତ କଷ୍ଟେ
ଵସା ନିରମାଣି ଥାଏ
ଲଗାଇ ଗଛ ନେବି ଯତନ
ମନଟା ତାର କହେ।
ଗଛ ଲଗାଇ ଯତନ କଲା
ବାଳୁଙ୍ଗା ଟୋକା ଦିନେ
ଭାଙ୍ଗିଲେ ଡାଳ ଗଛ କାନ୍ଦୁଛି
ଦୁଃଖ ପାଇଲା ମନେ।
ବାଈ ଚଢ଼େଇ ବସାଟି ଦିନେ
ଘୋର ବତାସି ବେଳେ
ତଳେ ପଡ଼ିଛି ଖିନଭିନରେ
ମାଆ ଚଢ଼େଇ ଝୁରେ।
ତଥାପି ସିଏ ସାହସ ଧରି
ତିଆରି କଲା ବସା
ଏହି କଥାକୁ ଵୁଝିବିଚାରି
ମୁନା ମୁରୁକି ହସା।
ଗଛ ଲଗାଇ ଘେର ଦେଇସେ
ପାଳିଲା ଯତନରେ
ଏବେ କେଡୁଟେ ହେଇଯାଇଛି
ପିଲା ଖେଳେ ମୂଳରେ।
ଅମଳଜାନ ଜଳ ମୃତ୍ତିକା
ତାପ ଖାଦ୍ୟ ଯେ ବସ୍ତ୍ର
ଔଷଧ ଆଉ ଜାଳେଣି ଛାୟା
ସବୁ ତାହାର ଦାନ।
ସବୁଜ ସ୍ବର୍ଣ୍ଣ ଗଛର ଆମର
ଆସ ରୋପିବା ଗଛ
ପରିବେଶ ଟି ଆମ ସହିତ
ଦିଶିବ ଭାରି ସ୍ଵଚ୍ଛ।
ପ୍ରଫୁଲ୍ଲ କୁମାର ହୋତା
Readers Interaction