ଅଭିମାନ – ସରୋଜ କୁମାର ପ୍ରଧାନ

Views: 33
0 0
Read Time:1 Minute, 56 Second

ନଶୁଣ ଭକ୍ତ ଗୁହାରୀ
କର୍ଣ୍ଣେ କିବା ନାହିଁ ଜଳା
ଦୁଃଖ ସାଗରେ ଭାସୁଛି
ରକ୍ଷା କର ଚକାଡୋଳା ।୧।
ଗଜ ଡାକିଲା ଆରତେ
ତା ଡାକ ଶୁଣି ତୁରିତେ
କଲ ଅଭୟ ପ୍ରଦାନ
ଚକ୍ରେ ଛେଦି ନକ୍ର ଗଳା।୨।
ଘୋର ବନରେ ମୃଗୁଣୀ
ସ୍ତୁତି କଲା ଚିନ୍ତାମଣି
ବିପତ୍ତି ନାଶି ରଖିଲ
ବ୍ୟାଧ ଠାରୁ ନନ୍ଦ ବଳା ।୩।
ଶିଶୁପାଳ ହେଲା ବାଦି
ସୁଦର୍ଶନେ ଶିର ଛେଦି
କାଳୀୟ ଗର୍ବ ଗଞ୍ଜିଲ
ପଦ୍ମ ତୋଳି କାଳୀ ଦଳା।୪।
ଇନ୍ଦ୍ର କରିଲା ବିବାଦ
ନାଶିବ ଗୋପ ସମ୍ପଦ
ଗୋପୀ ଗୋପାଳେ ରଖିଲ
ଟେକି ଗୋବର୍ଦ୍ଧନ ଶିଳା ।
ବଳିଲାଣି ମୋ ବିପତ୍ତି
ରଖ ବାରେ ଶିରିପତି
ସରୋଜ ପଦ ଧ୍ୟାୟୁଛି
ବୁଡିଲା ସଂସାର ଭେଳା ।୫।

ସରୋଜ କୁମାର ପ୍ରଧାନ

ଗୁଡୁପାଇଲୋ, ଡେଲାଙ୍ଗ, ପୁରୀ

Share this :
Next Post

ବୃକ୍ଷ ଆମର ବନ୍ଧୁ - ଚୁମ୍କି ଦାଶ (ମିଶ୍ର)

  ବୃକ୍ଷ ଆମ ବନ୍ଧୁ ଶଖା ସହୋଦର ଅଟେ ଅମୂଲ୍ୟ ସମ୍ପତ୍ତି, ସର୍ବସ୍ବ ଦେଇଣ ମଥା ନତ କରେ କରେନା କେବେ ଆପତ୍ତି।। ଫୁଲ, ଫଳ, କାଷ୍ଠ, ଅମ୍ଳଜାନ ଦେଇ ସୁଶିତଳ ଛାୟା ଦିଏ, ବରଷାର ଧାରା ଔଷଧର ଚାରା ତା’ ଠାରୁ ଉତ୍ପନ୍ନ ହୁଏ ।। ବାୟୁ ମଣ୍ଡଳକୁ ବିଶୁଦ୍ଧ ରଖଇ ସବୁଜ ସୁନ୍ଦର ହୋଇ, ଉପକାରୀ ବନ୍ଧୁ ଏ ସାରା ସଂସାରେ ତା’ ପରି ଆଉ କେ […]

Subscribe US Now