ବୃକ୍ଷ ଆମର ବନ୍ଧୁ – ଚୁମ୍କି ଦାଶ (ମିଶ୍ର)

Views: 31
0 0
Read Time:2 Minute, 9 Second

 

ବୃକ୍ଷ ଆମ ବନ୍ଧୁ ଶଖା ସହୋଦର
ଅଟେ ଅମୂଲ୍ୟ ସମ୍ପତ୍ତି,
ସର୍ବସ୍ବ ଦେଇଣ ମଥା ନତ କରେ
କରେନା କେବେ ଆପତ୍ତି।।

ଫୁଲ, ଫଳ, କାଷ୍ଠ, ଅମ୍ଳଜାନ ଦେଇ
ସୁଶିତଳ ଛାୟା ଦିଏ,
ବରଷାର ଧାରା ଔଷଧର ଚାରା
ତା’ ଠାରୁ ଉତ୍ପନ୍ନ ହୁଏ ।।

ବାୟୁ ମଣ୍ଡଳକୁ ବିଶୁଦ୍ଧ ରଖଇ
ସବୁଜ ସୁନ୍ଦର ହୋଇ,
ଉପକାରୀ ବନ୍ଧୁ ଏ ସାରା ସଂସାରେ
ତା’ ପରି ଆଉ କେ ନାହିଁ ।।

ପ୍ରକୃତି ରକ୍ଷକ ସୌନ୍ଦର୍ଯ୍ୟ ବର୍ଦ୍ଧକ
ଆମ ପାଇଁ ଆଶୀର୍ବାଦ,
ଜନ ହିତ ପାଇଁ ସମର୍ପିତ ସିଏ
ଟଳେ ତା’ ପାଇଁ ବିପଦ ।।

ଶିଶୁ ଭଳି ଯତ୍ନ କଲେ ବୃକ୍ଷ ଟିକୁ
ଦିଅଇ ଅମୃତ ଫଳ,
ଆଜୀବନ ତାର ସର୍ବସ୍ବ ଦେଇଣ
ହୁଏ ଉନ୍ନତିର ମୂଳ ।।

ବୃକ୍ଷ ଟିଏ ଆସ ରୋପଣ କରିବା
ଆପଣା ସନ୍ତାନ ମଣି,
ଜନ ସମାଜର ହିତରେ ଲାଗିବ
ବୃକ୍ଷ ନୁହେଁ କେବେ ୠଣି ।।

ଚୁମ୍କି ଦାଶ( ମିଶ୍ର)
ଶାନ୍ତି ପଡ଼ା,ବଲାଙ୍ଗୀର

Share this :
Next Post

ଧର୍‌ତୀ ରାନୀ - ସନ୍ତୋଷ କୁମାର ଅଦାବର

ଧର୍‌ତୀ ରାନୀର୍ ପ୍ରେମ୍ କଥାନୀ ଲାଗ୍‌ସି ବଢେ ସୁରୁତ୍ ଅବ୍‌ଗା ପ୍ରେମ୍ ମିଛ୍ ନାଇଁ ସେଥି ପୁରାପୁରି ଆଏ ଅମ୍‌ରୁତ୍ ।। ଆକାଶ୍ ରଜାକେ ହୁରୁଦ୍ ଦେଇ ଭଲ୍‌ ପାଏସି ଧର୍‌ତୀ ଯୁଗ୍ ଯୁଗ୍ କେ ଝଁକି ମାରୁଛେ ତାକର୍ ସେ ସତ୍ ପିର୍‌ତି ।। ପହିଲ୍ ଫଗୁନର୍ ପହିଲ୍ ଧୁକା ଧର୍‌ତୀ କେ ଯେନ୍ତା ଛିଁଲା ନିଲିଆ ଆକାଶର୍ ପିର୍‌ତି ଫାସେ ଧର୍‌ତୀ ତ ଫସିଗଲା ।। ସଖାଲ୍ […]

Subscribe US Now