ବିଶେଷତ୍ୱ ଥିବା ହେତୁ ନାମ ତାଙ୍କ କବି l
ବିଶେଷ ଭାବକୁ ବହି ଲେଖୁଥାନ୍ତି ଭାବି ll
ମୃତକ ମଧ୍ୟେ ଜୀବନ ଦେଇପାରେ କବି l
ପଥରକୁ କଥାକୁହା କରିପାରେ କବି ll
କଳିକୁ କୁସୁମ ରୂପ ଦେଇପାରେ କବି l
ପଥର ଉପରେ ପଦ୍ମ ଫୁଟାଇଛି କବି ll
ପାଣିରେ ଅଗ୍ନି ସଂଯୋଗ କରିପାରେ କବି l
ନିଦାଘରେ ବୃଷ୍ଟିପାତ କରିପାରେ କବି ll
ମେଘମାଳାକୁ ନର୍ତ୍ତକୀ ସଜାଇଛି କବି l
ନଦୀକୁ ଗର୍ଭିଣୀ କରି ସଜାଇଛି କବି ll
ଶୁଷ୍କ ତରୁରେ ପଲ୍ଲବ ଖଞ୍ଜିପାରେ କବି l
ଜୀବନ୍ତକୁ ମୃତାହତ କରିପାରେ କବି ll
ନର୍ଦ୍ଦମାକୁ ଗଙ୍ଗା ଗୟା କହିପାରେ କବି l
ଟାଙ୍ଗରା ପାହାଡ଼ ସ୍ୱର୍ଗ ଲେଖିପାରେ କବି ll
ନିର୍ଭୀକ ସତ୍ୟ ପ୍ରକାଶ କରିପାରେ କବି l
ତୋଷାମଦି ଲେଖା ମଧ୍ୟ ଲେଖିପାରେ କବି ll
କବିରେବ ପ୍ରଜାପତି ଲେଖେ କେହି ଭାବି l
ଦ୍ଵିତୀୟ ସୃଷ୍ଟିର କର୍ତ୍ତା ହୋଇଥାଏ କବି ll
ଆହେ ଦ୍ଵିତୀୟ ବିଧାତା ଯୋଡହସ୍ତେ କହେ l
କଲମ ଧରିଛ ଯେବେ ନଇଁବାର ନୁହେଁ ll
ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା
(ସମ୍ପାଦକ ଯୁଗଜ୍ୟୋତି, କୁଆଖିଆ )
ଖଣ୍ଡିତର, ରସୁଲପୁର, ଯାଜପୁର
Readers Interaction