ସତେ ଅବା ପଡ଼ିଅଛି ଧବଳ ଚାଦର
ନଥାଉତା ଭାଗ୍ୟ ଦିଅଁ ର ମଥାରେ
ଦର୍ଶକର ମନ ଯିଣେ ଯୌବନ ଆଭାରେ ,,,,
ବାରୁଣୀ ଆକାଶେ ଦେଖ ଗୋଧୂଳିର ଲଗ୍ନ
ସନ୍ଧ୍ୟାରେ ମୋ ଗାଁ ଲାଗେ ସରଗ ସମାନ
ରଙ୍ଗଣୀ ଫୁଲର ଦେଖ ମୁଗ୍ଧ ପଟୁଆର
ଭାସଇ ବୋଇତ ଦେଖ ନୀଳ ସମୁଦ୍ରର ,,,,
କୃଷ୍ଣଚୂଡ଼ା ଦେହେ ଦେଖ ରଙ୍ଗ ଲାଗି ଅଛି
ଚାଳରେ ଲାଉ ପୋଇ ସବୁଜଉପତ୍ୟାକାର ଭ୍ରମଯେ କରିଛି
ପାହାନ୍ତିଆ ଶୀତୁଆ ପବନ
ଦିଗହଜା ମଳୟର ତାନ ,,,,
ଆକାଶେ ରୁପୁଲେ ଜହ୍ନ
ପୋଖରୀରେ ବିରହି କଇଁ
କେହି କାହାକୁ ନପାଇବେ ଜାଣି ମଧ୍ଯ
ପ୍ରହାର ପରେ ପ୍ରହର ଅପେକ୍ଷାରେ ଦୁହେଁ ଦୁହିଁଙ୍କ ପାଇଁ ,,,,
ଫଗୁଣର ହୋଲି ସମ ଆସେ ଦଶହରା
ପୁଞ୍ଜି ପୁଞ୍ଜି କୁସୁମ ସାଉଁଟି
ଭାବ ଚାଙ୍ଗୁଡ଼ିରେ ଥୋଇ
ଗୃନ୍ଥୂ ଥିବି ବସି କବିତା ଗଜରା ….!!!!
ଦୀପକ କୁମାର ଦାଶ
ରେଭେନ୍ସା ବିଶ୍ଵବିଦ୍ୟାଳୟ ,କଟକ
ଅର୍ଥନୀତି ବିଭାଗ
Readers Interaction