Read Time:1 Minute, 45 Second
କୁହ ଚକାଆଖି କାହିଁକି ମଉନେ
ଅଣସର ନେଲ ବରି
ସତରେ ତୁମକୁ ଜ୍ବର କି ଆସୁଛି
ନା ମାନବୀୟ ଲୀଳାକରି ?
ଦାରୁବ୍ରହ୍ମ ପ୍ରଭୁ ଦାରୁର ମୂରତ୍ତି
ତାକୁ କେଉଁ ରୋଗ ହେବ ?
ମୁଁ ସିନା ମଣିଷ ଭରା ହାଡ ମାଂସ
ସବୁ ବ୍ଯାଧି ମତେ ହେବ !
ପାଞ୍ଚ ଟଂକାରେ ମୋ ଡାଲମା ଭାତକୁ
ପଚିଶି ଟଂକାରେ ଓଷ,
ଜଡି ବୁଟି ଆଉ କାମ ଦେଉନାହିଁ
ଫୁଲୁରୀ ତେଲ ମାଲିସ,,
ପାଣି ପବନଠୁ ଧାନ ଚାଉଳ ଯା
ସବୁତ ହେଲାଣି ବିଷ
ନିଶ୍ବାସଟା ଏବେ ବନ୍ଧା ପଡିଅଛି
କରେ ମହାମାରୀ ଗ୍ରାସ ।
ତୁମ ଅଣସର ପନ୍ଦର ଦିନକୁ
ମୋର ହେଲା ଦୁଇ ବର୍ଷ
ତଥାପି ପ୍ରଭୁ ହେ ପାରୁନି ମୁକୁଳି
ସଂସାର ଲାଗୁଛି ବିଷ
।।
ଅମୂଲ୍ଯ କୁମାର ନାୟକ
କଟକ
Readers Interaction