ମଣି ତ ମଣି ଉତ୍କଳମଣି(ଶିଶୁ କବିତା) – ସୁସ୍ମିତା ଶତପଥି

Views: 26
0 0
Read Time:2 Minute, 13 Second

 

ଶୁଣରେ ପିଲାଏ ମନ ଦେଇ ଶୁଣ
ଉତ୍କଳମଣି ଙ୍କ କଥା
ଗୋପବନ୍ଧୁ ଦାସ ନାମଟି ତାଙ୍କର
ଚରଣେ ନୁଆଁଅ ମଥା।
ପୁରୀ ଜିଲ୍ଲା ର ସୁଆଣ୍ଡୋ ଗ୍ରାମରେ
ଜନ୍ମ ସିଏ ଲଭିଥିଲେ
ଉତ୍କଳ ଭୂଇଁ ର କଷଣ କୁ ଦେଖି
ନିଜ ସୁଖ ଭୁଲିଗଲେ।
ଝଡି,ବଢ଼ି ଯେବେ ଆସୁଥିଲା ମାଡ଼ି
ଆଖି ରେ ଲୋତକ ଧାର
ଚୁଡ଼ା ଚାଉଳ କୁ ପୁଡା କରି ସିଏ
ବାଣ୍ଟୁ ଥିଲେ ଘର ଘର।
ଦୁଃଖି ଦରିଦ୍ରଙ୍କ ଦୁଃଖ ବୁଝୁଥିଲେ
ସେବା,ଧର୍ମ ବ୍ରତ ଧରି
ଉତ୍କଳ ମାତାର ଯୋଗ୍ୟତମ ସୂତ
କିଏ ହେବ ତାଙ୍କ ସରି।
ବନ ବିଦ୍ୟାଳୟ ପ୍ରତିଷ୍ଠା କରିଲେ
ଶିକ୍ଷା ର ବିକାଶ ପାଇଁ
ଦୈନିକ ସମାଜ ତାଙ୍କ ଅବଦାନ
ଭୁଲି ଆମେ ଯିବା ନାହିଁ।
ତାଙ୍କ ଚଲା ପଥେ ଚାଲିବା ସଭିଏଁ
କରିବାନି କେବେ ହେଳା
ବାଳୁତ କାଳରୁ ଶପଥ କରିବା
ନହେଲେ ବୁଡିବ ଭେଳା।

ସୁସ୍ମିତା ଶତପଥି (ଅଧ୍ୟାପିକା)
ଟ୍ରାଇଡେଣ୍ଣ୍ ଇଂ କଲେଜ

Share this :
Next Post

ଏଇତ ଜୀବନ ପଥ - ପ୍ରଭାସିନୀ ଶତପଥି

  ସୁଖ ଦୁଃଖ ଆଉ ହସ, କାନ୍ଦ ସବୁ ଆସେ ଋତୁଚକ୍ର ପରି । ସୁଖ ରେ ହେବାନି ଆନନ୍ଦେ ମଗନ ଦୁଃଖରେ ଯିବାନି ହାରି ଦୁଃଖ ନ ସହିଲେ ସୁଖର ମହତ୍ତ୍ଵ ହୋଇପାରନ୍ତା କି ବୁଝି ? ଲୋତକ ନଥିଲେ ହସ ଟିକେ କିଏ କାହିଁକି ଯାଆନ୍ତା ଖୋଜି । ଏମିତି ମଣିଷ ନାହିଁ ଦୁନିଆରେ ସମସ୍ୟା ଯାହାର ନାହିଁ ଏମିତି ସମସ୍ୟା ଦେଖିଛକି କେବେ ସମାଧାନ ଯା’ର […]

Subscribe US Now