ଏଇତ ଜୀବନ ପଥ – ପ୍ରଭାସିନୀ ଶତପଥି

Views: 27
0 0
Read Time:2 Minute, 13 Second

 

ସୁଖ ଦୁଃଖ ଆଉ ହସ, କାନ୍ଦ ସବୁ
ଆସେ ଋତୁଚକ୍ର ପରି ।
ସୁଖ ରେ ହେବାନି ଆନନ୍ଦେ ମଗନ
ଦୁଃଖରେ ଯିବାନି ହାରି

ଦୁଃଖ ନ ସହିଲେ ସୁଖର ମହତ୍ତ୍ଵ
ହୋଇପାରନ୍ତା କି ବୁଝି ?
ଲୋତକ ନଥିଲେ ହସ ଟିକେ କିଏ
କାହିଁକି ଯାଆନ୍ତା ଖୋଜି ।

ଏମିତି ମଣିଷ ନାହିଁ ଦୁନିଆରେ
ସମସ୍ୟା ଯାହାର ନାହିଁ
ଏମିତି ସମସ୍ୟା ଦେଖିଛକି କେବେ
ସମାଧାନ ଯା’ର ନାହିଁ ??

ତୁମେ ବି କରିଛ ଜୀବନେ ସଂଗ୍ରାମ
ମୁଁ ବି କରିଛି କିଛି
ସାରା ଜୀବନ ଯେ ସୁଖରେ କାଟିଛି
ଦେଖିଛ କି କେହି ଅଛି ???

ହସ, କାନ୍ଦ ଆଉ ଲୁହ, ଲହୁଭରା
ଏଇ ତ ଜୀବନ ପଥ
କେବେ ଫୁଲଝରା ସୁଷମାରେ ଭରା
କେବେ ପୁଣି କଣ୍ଟକିତ ।

କାହିଁକି ଡରିବା ସମସ୍ୟାକୁ ଦେଖି
ହାରିଯିବା ଦେଖି ଦୁଃଖ ??
ଧୌର୍ଯ୍ୟ ଓ ସାହସ ହୃଦୟରେ ଥିଲେ
ନିଶ୍ଚୟ ମିଳିବ ସୁଖ ।
ନିଶ୍ଚୟ ମିଳିବ ସୁଖ ।।

ପ୍ରଭାସିନୀ ସେନାପତି,ଭୁବନେଶ୍ୱର, ଖୋର୍ଦ୍ଧା

Share this :
Next Post

ଦର୍ଶନ - ସଂଯୁକ୍ତା ସାହୁ

ମାଆ ଗର୍ଭରୁ ବାହାରି ମାଟିକୁ ଛୁଇଁଲେ ଆଖି ଖୋଲିଯାଏ ନିୟତିର ନିର୍ଦ୍ଦେଶରେ ସେଇଠୁ ଦର୍ଶନର ଅୟମାରମ୍ଭ ହୁଏ କିନ୍ତୁ ସେ ସେତେବେଳେ କହିପାରେନାହିଁ କି ବୁଝିପାରି ନ ଥାଏ ସବୁ ଦୃଶ୍ୟକୁ ଆସ୍ତେ ଆସ୍ତେ ସବୁ ବୁଝିପାରେ ଦର୍ଶନକୁ ଆଖିର ଦୃଷ୍ଟି ଯେଉଁଠି ପଡେ ତା’ର ମାଧୁର୍ଯ୍ୟତାକୁ ଉପଭୋଗ କରେ ନିଜର ଅନ୍ତରକୁ ବି ଦର୍ଶନ କରେ ତା ମନର ଭାବନାର ସମୀକ୍ଷାକୁ ନେଇ ଦର୍ଶନ କରେ ଦିନ,ରାତି, ସୂର୍ଯ୍ୟ,ଚନ୍ଦ୍ର […]

Subscribe US Now