ଦର୍ଶନ – ସଂଯୁକ୍ତା ସାହୁ

Views: 24
0 0
Read Time:2 Minute, 32 Second

ମାଆ ଗର୍ଭରୁ ବାହାରି ମାଟିକୁ ଛୁଇଁଲେ
ଆଖି ଖୋଲିଯାଏ ନିୟତିର ନିର୍ଦ୍ଦେଶରେ
ସେଇଠୁ ଦର୍ଶନର ଅୟମାରମ୍ଭ ହୁଏ
କିନ୍ତୁ ସେ ସେତେବେଳେ କହିପାରେନାହିଁ
କି ବୁଝିପାରି ନ ଥାଏ ସବୁ ଦୃଶ୍ୟକୁ
ଆସ୍ତେ ଆସ୍ତେ ସବୁ ବୁଝିପାରେ ଦର୍ଶନକୁ
ଆଖିର ଦୃଷ୍ଟି ଯେଉଁଠି ପଡେ ତା’ର
ମାଧୁର୍ଯ୍ୟତାକୁ ଉପଭୋଗ କରେ
ନିଜର ଅନ୍ତରକୁ ବି ଦର୍ଶନ କରେ
ତା ମନର ଭାବନାର ସମୀକ୍ଷାକୁ ନେଇ
ଦର୍ଶନ କରେ ଦିନ,ରାତି, ସୂର୍ଯ୍ୟ,ଚନ୍ଦ୍ର
ତାରା,ନକ୍ଷତ୍ର, ପ୍ରକୃତିର ସୌନ୍ଦର୍ଯ୍ୟ,
ଆକାଶ,ଧରିତ୍ରୀ,ସଂସାରର ସତ୍ତା ପର୍ଯ୍ୟନ୍ତ
ଏମିତି ତା ଆଖି ପାଉଥିବା ଦୃଶ୍ୟ ସବୁ
ମଣିଷ ଦର୍ଶନ କରେ ସେଇ ପରଂବ୍ରହ୍ମଙ୍କୁ
ଯେଉଁ ମାର୍ଗରେ ଆଉ ଯେଉଁ ଭାବରେ
ସିଏ ଦର୍ଶନ କରେ ନିଜର ଅନୁଭବକୁ ନେଇ
ତା ପରିସରରେ ଥିବା ଜାଗତିକ,ଭୌତିକ,
ବିଜ୍ଞାନ,ଭୌଗଳିକ ଏମିତି ଅନେକ କିଛି
ଯେତେଦିନ ପର୍ଯ୍ୟନ୍ତ ଏ ଧରାରେ ଥିବ
ମଣିଷର ଦର୍ଶନ କେବେ ସରେ ନାହିଁ ।

ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର

Share this :
Next Post

କଳି ଯୁଗ - ବାସନ୍ତି ଲତା ଜେନା

କଳି ଯୁଗ ପରା କଳିର ପ୍ରଭାବ ସମସ୍ତେ ତାର ଅଧୀନ ପର ଆପଣାର ଭେଦ ଭାବ ହୁଏ ସ୍ୱାର୍ଥ ହୁଏ ବଳିୟାନ .l୧l ସୁନା ଦାରୁ ନାରୀ ମିଥ୍ୟା ପ୍ରବଞ୍ଚନା କଳି ପ୍ରଭାବ ପକାଏ ନିଜ ଲୋକ ମଧ୍ୟେ ପ୍ରଭେଦ ହୁଅଇ ଅଶାନ୍ତିରେ ଦିନ ଯାଏ l୨l ଲୋଭ ମୋହ ମାୟା କବଳିତ କରେ ମନୁଷ୍ୟର ତନୁ ମନ ମାଳିକାରେ ପରା ଲିଖିତ ହୋଇଛି ନର ହୁଅ ସାବଧାନ l୩l […]

Subscribe US Now