କଳି ଯୁଗ ପରା କଳିର ପ୍ରଭାବ
ସମସ୍ତେ ତାର ଅଧୀନ
ପର ଆପଣାର ଭେଦ ଭାବ ହୁଏ
ସ୍ୱାର୍ଥ ହୁଏ ବଳିୟାନ .l୧l
ସୁନା ଦାରୁ ନାରୀ ମିଥ୍ୟା ପ୍ରବଞ୍ଚନା
କଳି ପ୍ରଭାବ ପକାଏ
ନିଜ ଲୋକ ମଧ୍ୟେ ପ୍ରଭେଦ ହୁଅଇ
ଅଶାନ୍ତିରେ ଦିନ ଯାଏ l୨l
ଲୋଭ ମୋହ ମାୟା କବଳିତ କରେ
ମନୁଷ୍ୟର ତନୁ ମନ
ମାଳିକାରେ ପରା ଲିଖିତ ହୋଇଛି
ନର ହୁଅ ସାବଧାନ l୩l
ପିତା ମାତା ଭାଇ ପର ହୋଇ ଯାନ୍ତି
ଅହଂଙ୍କାର ସ୍ୱାର୍ଥ ପାଇଁ
ଅନ୍ୟାୟ ଅନୀତି ରାଜୁତି କରୁଛି
ସତ୍ୟ ଲୁଚି ଯାଉ ଥାଇ l୪l
ପଶୁ ପକ୍ଷୀ ହତ୍ୟା କରୁଛି ମାନବ
ନିଜର ସଉକ ପାଇଁ
ପ୍ରକୃତିକୁ ନଷ୍ଟ କରୁଅଛି ସେତ
ଆଗ ପଛ ଭାବୁ ନାହିଁ l୫l
କୁକୁର ପାଳନ୍ତି ନିଜ ଛୁଆଁ ପରି
ଆଦର ଯତନ କରି
ଦୁଃଖି ରଙ୍କି ମୁଖେ ଆହାର ନ ଦ୍ୟନ୍ତି
ଦୂରୁ ଦୂରୁ କରୁ ଥାନ୍ତି l୬l
ଗୋମାତା ବ୍ରାହ୍ମଣ ସେବା ନ କରନ୍ତି
ସାଧୁ ସନ୍ଥ ମାନ୍ୟ ନାହିଁ
ସଂସ୍କାର ସଂସ୍କୃତି ସବୁ ଭୂଳି ଯାନ୍ତି
କଳିର ପ୍ରଭାବ ପାଇଁ। l୭l
ପୁରୁଷଙ୍କ ପରି ଝିଅ ବେଶ ହୁ’ନ୍ତି
ଜିନ୍ସ ଟପ ପିନ୍ଧି ଥାନ୍ତି
ଛିଣ୍ଡା ପ୍ୟାଣ୍ଟ ସାର୍ଟ ଫେସନ୍ ହୋଇଛି
କହିଲେ ଷ୍ଟାଇଲ କୁହନ୍ତି l୮l
ଲୋଭ ମୋହ କିଛି ଛାଡି ଦିଅ ମତି
ବିଶ୍ୱାସ ଭରସା ରଖ
ସତ୍ୟ ଧର୍ମ ପଥ ଭକ୍ତି ଜ୍ଞାନ ଯୋଗ
ନିର୍ବାଣର ସ୍ୱାଦ ଚାଖ l୯l
ଏ ଭବ ସାଗରୁ ଉଦ୍ଧରିବା ପାଇଁ
ନାମ ହରି ସଂକୀର୍ତ୍ତନ
ରାମ ନାମ ସତ୍ୟ ମୁକତିର ପଥ
ଭଜୁ ଥା’ରେ ବାଇ ମନ ll
ବାସନ୍ତି ଲତା ଜେନା
ଗାନ୍ଧୀନଗର
ନବରଙ୍ଗପୁର
Readers Interaction