ଅନେକ ଦିନ ବିତି ଯିବା ପରେ
ପୁଣି ଜହ୍ନ ଆଉ ମୁ ଏକାଠି ହୋଇଛୁ ଗୋଟିଏ ଆକାଶ ତଳେ
ହେଲେ ଆଜି ତା ଜୋଛନା ସ୍ପର୍ଶରେ ସେ ଶୀତଳତା ନାହିଁ
ଆଲୋକ ସାଥେ ସତେ ମିଶି ଯାଇଛି ବେଦନାର ଜ୍ୱାଳା ||
ମର୍ମାହତ ପ୍ରାୟ ପ୍ରତିଟି ମୁହୂର୍ତ
ସତେକି ଏ ରାତି ତାତ୍ସଲ୍ୟ କରୁଛି ଅତି ନୀରବରେ
ପାର୍ଶ୍ୱ ପ୍ରତିକ୍ରିୟା ସହ ଯନ୍ତ୍ରଣା ଢାଳୁଛି
ବିଛୁରିତ ହୋଇ ମୋ ରାତି ରାଇଜରେ ||
କର୍କସ କଣ୍ଠ ସ୍ୱର ଜୀର୍ଣ୍ଣ ହୃଦୟର
ବାର୍ତା ବାହାନ କରୁଛି ମୋ ପ୍ରତିଟି ଶବ୍ଦ
ଝଙ୍କାର ତ ନୁହଁ ଅଲୋଡ଼ା ଚିତ୍କାର
ସତେକି ଭାଳେଣି ପଡିଛି ମୁର୍ମୁଷ ଆତ୍ମାର ||
ମସ୍ତିଷ୍କର ସନ୍ତୁଳନ ଓ ଭାରସାମ୍ୟ ହରାଇ
ଅନେକ ଗୁଡିଏ ଭାବନା କୁ ଉଜାଗର କରିଛି
ହୃଦୟର ଅନ୍ତ ଗୃହରେ ବନ୍ଦୀ ଥିବା ଯନ୍ତ୍ରଣା
ଆଉ ଅଗଣିତ ଅର୍ଦ୍ଧ ଦଗ୍ଧ ସ୍ମୃତି ||
ଆଜି ଲାଗେ ସତେ ଜୀବନ ଅସ୍ଥପ୍ରାୟ ସୂର୍ଯ୍ୟ
ଶକ୍ତି ହୀନ ପବନ , ଜଳହୀନ ଭଷା ବାଦଲ
କେଜାଣି କେଉଁ ମୁହୁର୍ତରେ ଦୀପ ଶିଖା ଲିଭିଯିବ
ଆଉ ଦୀର୍ଘ ନିଶ୍ୱାସ ସାଥେ ହେବଯେ ବିଲୟ ||
ହେ ଜହ୍ନ ତୁମେ ଲୁଚି ଯାଅ
ଆଜି ରାତିକ ପାଇଁ ବାଦଲ ଗର୍ଭରେ
ନିରୁପାୟ ମୁ କଷ୍ଟ ଲଘିବି କିପରି
ଆର୍ତ୍ତନାଦ ମୋର ଘେନ ହେ ସାଦରେ ||
ଆର୍ତ୍ତନାଦ ମୋର ଘେନ ହେ ସାଦରେ ||
ଡି. ଉତ୍ତମ କୁମାର ଦୋରା
Readers Interaction