ଦୀପାବଳି – କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

Views: 26
0 0
Read Time:1 Minute, 54 Second

ହୃଦୟ ଦୀପରେ ଜ୍ଞାନର ପ୍ରଦୀପ
ଜାଳି ହୁଅ ବଳଶାଳୀ,
ତେବେ ଜୀବନଟି ଜ୍ୟୋତିରେ ଭରିବ
ସବୁ ଦିନ ଦୀପାବଳୀ ll

କଳୁଷିତ ଅନ୍ଧକାର ଦୂର ହେବ
ଆତ୍ମ ଜ୍ୟୋତିର ଆଲୋକେ,
ସରସ, ସୁନ୍ଦର, ସୁମଧୁର ଧରା
ଲାଗିବ ସତ୍ୟ ମହକେ ll

ରାଗ, ଦ୍ୱେଷ, ଅହଂକାରର ତିମିର
ମନ ଦୀପରୁ ଜଳାଇ,
ସ୍ନେହ, ପ୍ରେମ, ସତ୍ୟ, ଶାନ୍ତି ପ୍ରଦୀପରେ
ହୃଦକୁ ଆଲୋକ ଦେଇ ll

ନକାରାତ୍ମକର ଭାବ ଅନ୍ଧକାର
ଯେବେ ଦୂରୀଭୂତ କରି,
ସକାରାତ୍ମକର ସ୍ବର୍ଗୀୟ ଭାବନା
ସ୍ରୋତ ଯିବ ମନେ ଭରି ll

ତେବେ ଜ୍ୟୋତିର୍ମୟ ସଂସାର ହୋଇବ
ଅହଂଭାବ ଯିବ ଜଳି,
ଚତୁଃର୍ଦିଗ ଆଲୋକରେ ଭରିଯିବ
ଲାଗିବ ଯେ ଦୀପାବଳୀ ll

କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର
ଫୁଲବାଣୀ, କନ୍ଧମାଳ

Share this :
Next Post

ମିଛ ବାହାନା - ସରୋଜ କୁମାର ସାହୁ

  କଥା ଦେଇଥିଲ ତମେତ ଫେରିବ ଫଗୁଣକୁ ସାଥେ ନେଇ ବାହୁଡି ଗଲାଣି ଫଗୁଣ କେବେଠୁ ଫେରିଲନି ତମେ କହି। ତମେ ଆସିଥିଲେ ଫଗୁଣ ସାଥିରେ ମାଖି ଦେଇଥାନ୍ତି ରଙ୍ଗ ଜୀବନର ଏଇ ଛାଇ ଅନ୍ଧାରରେ ପାଖେ ପାଇଥାନ୍ତ ସାଙ୍ଗ। ଖବର ଦେଇଛି ଜହ୍ନକୁ କେବେଠୁ ଜୋଛନାରେ ଦେବ ଭରି ଭିଜି ଭିଜେଇବ ତମକୁ ନୀରବେ ତମ ପାଖେ ଥିରିଥିରି। ଇଦ୍ରଧନୁ ପୁଣି ହାତ ପାହାନ୍ତାରେ ସବୁ ରଙ୍ଗ ଦେବ […]

Subscribe US Now