ମିଛ ବାହାନା – ସରୋଜ କୁମାର ସାହୁ

Views: 27
0 0
Read Time:1 Minute, 23 Second

 

କଥା ଦେଇଥିଲ ତମେତ ଫେରିବ
ଫଗୁଣକୁ ସାଥେ ନେଇ
ବାହୁଡି ଗଲାଣି ଫଗୁଣ କେବେଠୁ
ଫେରିଲନି ତମେ କହି।
ତମେ ଆସିଥିଲେ ଫଗୁଣ ସାଥିରେ
ମାଖି ଦେଇଥାନ୍ତି ରଙ୍ଗ
ଜୀବନର ଏଇ ଛାଇ ଅନ୍ଧାରରେ
ପାଖେ ପାଇଥାନ୍ତ ସାଙ୍ଗ।
ଖବର ଦେଇଛି ଜହ୍ନକୁ କେବେଠୁ
ଜୋଛନାରେ ଦେବ ଭରି
ଭିଜି ଭିଜେଇବ ତମକୁ ନୀରବେ
ତମ ପାଖେ ଥିରିଥିରି।
ଇଦ୍ରଧନୁ ପୁଣି ହାତ ପାହାନ୍ତାରେ
ସବୁ ରଙ୍ଗ ଦେବ ଯାଚି
ଫିକା ପଡିଯିବ ମିଛ ବାହାନାରେ
ହସୁଥିଲେ ତମେ ନାଚି।

ସରୋଜ କୁମାର ସାହୁ
ଆଠଗଡ,କଟକ

Share this :
Next Post

ରଥେ ଜଗନ୍ନାଥ - ପ୍ରଣତି ମହାପାତ୍ର

ଝୁଲି ଝୁଲି ଆସେ କାଳିଆ ହାତୀ ମୋ ରଥରେ ବୁଲିବା ପାଇଁ, ହାତକୁ ହଲାଇ ପାଖକୁ ଡାକଇ ଅପୂର୍ବ ମିଳନ ପାଇଁ, ଚାରିଆଖିର ଏ ଭେଟାଭେଟି ହେବ ସାତଜନମର ପାପକୁ ହରଣ କରି ମୋକ୍ଷ ଦେବେ ସାଇଁ। ରଥରେ ବାମନ କରିଲେ ଦର୍ଶନ ଆତ୍ମା ମୋକ୍ଷ ପାଇଯାଏ , ଜଗତର ନାଥ ବଡ଼ଦାଣ୍ଡେ ଆସି ସଭିଙ୍କୁ ଦର୍ଶନ ଦିଏ, ପାପତାପ ସବୁ କରନ୍ତି ହରଣ ଶ୍ରୀପାଦପଦ୍ମରେ ଲୀନ ହେବାପାଇଁ ମୋକ୍ଷ […]

Subscribe US Now