ରଥେ ଜଗନ୍ନାଥ – ପ୍ରଣତି ମହାପାତ୍ର

Views: 27
0 0
Read Time:2 Minute, 19 Second

ଝୁଲି ଝୁଲି ଆସେ କାଳିଆ ହାତୀ ମୋ
ରଥରେ ବୁଲିବା ପାଇଁ,
ହାତକୁ ହଲାଇ ପାଖକୁ ଡାକଇ
ଅପୂର୍ବ ମିଳନ ପାଇଁ,
ଚାରିଆଖିର ଏ ଭେଟାଭେଟି ହେବ
ସାତଜନମର ପାପକୁ ହରଣ କରି
ମୋକ୍ଷ ଦେବେ ସାଇଁ।

ରଥରେ ବାମନ କରିଲେ ଦର୍ଶନ
ଆତ୍ମା ମୋକ୍ଷ ପାଇଯାଏ ,
ଜଗତର ନାଥ ବଡ଼ଦାଣ୍ଡେ ଆସି
ସଭିଙ୍କୁ ଦର୍ଶନ ଦିଏ,
ପାପତାପ ସବୁ କରନ୍ତି ହରଣ
ଶ୍ରୀପାଦପଦ୍ମରେ ଲୀନ ହେବାପାଇଁ
ମୋକ୍ଷ ପଥ ଖୋଲିଦିଏ।

ଜଗନ୍ନାଥ ମୋର କାଳିଆ ସାଆନ୍ତ
ହଲି ଝୁଲି ଆସୁଛନ୍ତି,
ପତିତ ଉଦ୍ଧାରି ପତିତପାବନ
ନେତ ଉଡାଉଛନ୍ତି,
ନର,ପଶୁ ପକ୍ଷୀ ଦେବ ଯେ କିନ୍ନର
ରଥରେ ବାମନ କରିଣ ଦର୍ଶନ
ମୋକ୍ଷ ପାଇଁ ଭାଳୁଥାନ୍ତି।

ରତ୍ନସିଂହାସନୁ ଓହ୍ଲାଇ କାଳିଆ
ଆସିବ ବଡ଼ଦାଣ୍ଡକୁ,
ବରଷ ହେଲାଣି ଚାତକ ପରାଏ
ଚାହିଁଛି ଏହି ଦିନକୁ,
ଦେଖିବ ତା ଭକତକୁ
ମନୋବାଞ୍ଛା ତାଙ୍କ କରିବ ପୂରଣ
ନେବ ମୋକ୍ଷର ମାର୍ଗକୁ।

ପ୍ରଣତି ମହାପାତ୍ର
ବାଲେଶ୍ଵର

Share this :
Next Post

ପ୍ରେମ - ଶ୍ରୀ ମିଥୁନ୍ ନାଏକ

କେବେ ଦିଏ ପ୍ରେମ ସୁଖର ଅସରା ପହିଲି ଫଗୁଣ ଛୁଆଁ | କେବେ ଦିଏ ପ୍ରେମ ଲୁହ ର ପସରା ହୃଦୟେ ଜଳାଏ ନିଆଁ || |୧| ପ୍ରେମ ଚିରନ୍ତନ ପ୍ରେମ ହିଁ ଶାଶ୍ୱତ ପ୍ରେମ ମିଠା ଫୁଲ ବାସ | ପ୍ରେମ ହିଁ ଜୀବନ୍ତ ସ୍ନେହ ମୂଳମନ୍ତ୍ର ପ୍ରେମ ସୁଖ ବାଲି ଜାତ || |୨| ହୃଦୟ ଆଦାନ ମନର ମିଳନ କେବେ ପର ଆପଣାର | ମିଠା […]

Subscribe US Now