Read Time:2 Minute, 1 Second
କେବେ ଦିଏ ପ୍ରେମ ସୁଖର ଅସରା
ପହିଲି ଫଗୁଣ ଛୁଆଁ |
କେବେ ଦିଏ ପ୍ରେମ ଲୁହ ର ପସରା
ହୃଦୟେ ଜଳାଏ ନିଆଁ || |୧|
ପ୍ରେମ ଚିରନ୍ତନ ପ୍ରେମ ହିଁ ଶାଶ୍ୱତ
ପ୍ରେମ ମିଠା ଫୁଲ ବାସ |
ପ୍ରେମ ହିଁ ଜୀବନ୍ତ ସ୍ନେହ ମୂଳମନ୍ତ୍ର
ପ୍ରେମ ସୁଖ ବାଲି ଜାତ || |୨|
ହୃଦୟ ଆଦାନ ମନର ମିଳନ
କେବେ ପର ଆପଣାର |
ମିଠା ମିଠା ଲାଗେ ନୁଆଁ ନୁଆଁ ପ୍ରେମ
ଅମୃତର ଗ୍ରନ୍ଥ|ଘର || |୩|
ପରସ୍ପର ମଧ୍ୟ ବୁଝାମଣା ଥିଲେ
ଭାଙ୍ଗେ ନାହିଁ କେବେ ପ୍ରେମ |
ଅସତ୍ୟ ହୋଇଲେ କଟୁ କଥା ଥିଲେ
ଭାଙ୍ଗି ଯାଏ ସେତ ପୁଣ || |୪|
ପ୍ରେମ ର ସାଗର ଜହ୍ନ ଠୁ ନିର୍ମଳ
ଇନ୍ଦ୍ରଧନୁ ସପ୍ତରଙ୍ଗ |
କେବେ ଦିଏ ପ୍ରେମ ବିଫଳ ବାରତା
ମନେ ଭରି ଦିଏ ରାଗ || |୫|
ଶ୍ରୀ ମିଥୁନ୍ ନାଏକ
କନ୍ଧବେରେଣୀ, ତାଳଚେର
ଅନୁଗୋଳ
Readers Interaction