ହେ ମହାତ୍ମା ତୁମେ – ପୀତାମ୍ବର ମାଝୀ

Views: 36
0 0
Read Time:2 Minute, 15 Second

ହେ ମହାତ୍ମା ତୁମେ
ଏ ଭାରତ ଧାମେ
ପୁଣି ଥରେ ନିଅ ଜନ୍ମ
ଅନ୍ୟାୟ, ଅନୀତି,
ଶୋଷଣ ଚାଲିଛି
ନ କରିଣ ଭଲ କର୍ମ l
ରାମ ରାଜ୍ୟ ସ୍ୱପ୍ନ
ଦେଖିଥିଲ ସିନା
ସ୍ୱପ୍ନ ରହିଗଲା ଅଧା
ସେ ସ୍ୱପ୍ନକୁ ଆଜି
ପୂରଣ କରିବ
ଘୁଞ୍ଚାଇବ ଅସୁବିଧା l
ଯେଉଁ ଦେଶ ପାଇଁ
ବନ୍ଦୀ ହୋଇଥିଲ
ଖାଇଥିଲ ମାଡ଼ ଗାଳି
ସେଇ ଦେଶ ପୁଣି
ଘାତକ ସାଜିଲା
ମାରିଲା ଛାତିରେ ଗୁଳି l
ପର ନାରୀ ପର
ଝିଅଙ୍କ ଉପରେ
କରୁଛନ୍ତି ଅତ୍ୟାଚାର
କେତେ ଗୁଣ୍ଡାଗିରୀ
ସଡ଼କ ମଝିରେ
ହେଉଅଛି ବଳାତ୍କାର l
ଅହିଂସାର ନୀତି
ଶିଖାଇଥିଲ ହେ
ସର୍ବେ ତ ଗଲେଣି ଭୁଲି
ମଦ, ମାଂସ ଖାଇ
ଡ଼ୁବି ରହିଛନ୍ତି
ଅନ୍ୟାୟ ନୀତିରେ ଚାଲି l
ଭାରତ ଭୂଇଁରେ
ଜନମ ହୋଇଣ
ଭଲ ଶିକ୍ଷାଟିଏ ଦେବ
ଏହି ସମାଜକୁ
ସୁଧୁରେଇ
ପୁଣି ସ୍ୱର୍ଗଧାମ ଯିବ l

ପୀତାମ୍ବର ମାଝୀ
ଭରୁଆମୁଣ୍ଡା, କୋମନା
ନୂଆପଡ଼ା

Share this :
Next Post

ମନ ମାହାତ୍ମ୍ୟ(୮୫) - ବିନେଦିନୀ ଦାଶ

  ମନ ଯେବେ ଭ୍ରମେ ନିଜ ଲୋକ ଛାଡ଼ି ଅପରକୁ ନିଜର ଭାବିଥାଇ, ତେବେ ସମ୍ପର୍କର ଡୋରିଟି ଦୁର୍ବଳ ସମୟେ ସମୟେ ବି ଛିଣ୍ଡି ଥାଇ । ଅପର କଥାରେ ପ୍ରଭାବିତ ମନ ଯଦି ଭୁଲ୍ ନିଷ୍ପତ୍ତିଟି ନିଅଇ, ଯେଉଁ ପରିଣାମ ଭୋଗିବାକୁ ପଡ଼େ ପରେ ଏକଥାକୁ ନିଶ୍ଚେ ବୁଝଇ । ନିଜ ଲୋକ ସିନା ନିଜର ହୋଇବେ ନିଜରପଣ କି ପରଠି ଥାଇ ? ସ୍ବାର୍ଥ ସିଦ୍ଧି ପାଇଁ […]

Subscribe US Now