କେତେ ଦିନ ଆଉ ଚିତ୍କାର କରିବା – ପବିତ୍ର ବେହେରା

Views: 32
0 0
Read Time:4 Minute, 26 Second

 

କେତେ ଦିନ ଆଉ ଚିତ୍କାର କରିବା
ନାରୀ ଜାତିର କୁ ସୁରକ୍ଷା ଦେବାପାଇଁ

ଯେଉଁ ଦେଶ ଦିନେ ନାରୀ ମାଆ ଡାକୁଥିଲା
ସେହି ଦେଶର ନାରୀ ଆଜି ବଳାତ୍କାର ହେଉଛି।

ଘରେ ବସି ଆମେ ଜଷ୍ଟିସ ବୋଲି ଚିତ୍କାର କରୁଥିଲେ
କି ଅବା ତାହାର ପୂଣ୍ୟ ଫଳ ମିଳୁଛି।

ଅଛି ଯଦି ବଳ କର ସମୁଖୀନ
ଦୋଷୀ ର କରିବାକୁ ସବୁଦିନ ପାଇଁ ବିନାଶ।

ଆଜି ମନିଷା ତୋ କାଲି ବନିତା ବଳାତ୍କାର ର ଶିକାର ହେଉଛି।

କେତେକ ଅବିବେକି ମଣିଷ ଆଜି ଦାନବ ରୂପରେ ଜନ୍ମିଛନ୍ତି

ସୁକ୍ଷ୍ମ କୋମଳମୟ ଭଗ୍ନୀ ସମ୍ମାନ ନାରୀକୁ ଆଜି ଭକ୍ଷଣ କରୁଛନ୍ତି।

ଯେଉଁ ଦେଶରେ ଗୋଟିଏ ପଟେ ନାରୀ ଦୂର୍ଗା,କାଳି ରୂପରେ ପୂଜା ପାଏ ।
ସେହି ଦେଶର ନାରୀ ଅନ୍ୟ ପଟେ ବଳାତ୍କାର ହୁଏ।

କେତେ ଦିନ ଆଉ ଚିତ୍କାର କରିବା
ନିଜ ଜନ୍ମକଲା ମାଆ ସୁରକ୍ଷା ପାଇଁ।

ଯେଉଁ ଦେଶରେ ପରିବା ଦର ବଢିଲେ
ରାଜ ରାସ୍ତା କୁ ଶହ ଶହ ଲୋକ ଅବରୋଧ କରିବାକୁ ପଛଘୁଂଚା ଦିଅନ୍ତି ନାହିଁ।

ସେହି ଦେଶରେ ନାରୀର ସୁରକ୍ଷା ପାଇଁ
ମୋବାଇଲ ରେ ମେସେଜ କରିବାକୁ ପଡେ।

କେତେ ଦିନ ଆଉ ଚିତ୍କାର କରିବା
ନିଜ ଭଉଣୀ ର ସୁରକ୍ଷା ଦେବାପାଇଁ।

ଯେଉଁ ଦେଶରେ ଓକିଲ ନିଜ ମାଆକୁ ସୁରକ୍ଷା ନଦେଇ
ଦୋଷୀକୁ ସୁରକ୍ଷା ଦେବାପାଇଁ ତପ୍ତରତା ଦେଖାଏ

ଯେଉଁ ଦେଶରେ ନାରୀ ମେଡିକାଲରେ ସେବାକରେ
ସେହି ଦେଶ ନାରୀର ଶବ ମିଳୁଛି ରାସ୍ତା କଡ଼ରେ।

ଯେଉଁ ଦେଶର ଝିଅ କାଲି ଦେଖୁଥିଲା ସୋନାଲି ସ୍ଵପ୍ନ
ଆଜି ସେ ଜଳୁଛି ଜିଅନ୍ତା ଯୁଇ ନିଆଁରେ।

କେତେ ଆଉ ଚିତ୍କାର କରିବା
ନାରୀର ସୁରକ୍ଷା ଦେବାପାଇଁ ।

ଯେଉଁ ଦେଶରେ ବିନା ତିଥିରେ ପୂଜା ପର୍ବ ହୁଏ ନାହିଁ
ସେହି ଦେଶରେ ବିନା ଅନୁମତିରେ ଶବ ଶିତ୍କାର ହୁଏ ।

ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ

Share this :
Next Post

ରଥରେ ବିଜେ ଜଗନ୍ନାଥ - ଡ.ପ୍ରିୟମ୍ବଦା ସାମଲ

ସଂସାରର ସ୍ରଷ୍ଟା ଜଗତ କରତା ପ୍ରଭୁ ତୁମେ ଜଗନ୍ନାଥ ଭାଇ ଭଉଣୀଙ୍କୁ ସଙ୍ଗତରେ ଆଣି କରୁଛ ଯାତରା ରଥ। ତୁମେ ପରଂବ୍ରହ୍ମ ଆଦି ଅଣାକାର ତୁମେ ଜଗତର ନାଥ ତୁମେ ଅଟ ସ୍ରୁଷ୍ଟି ତୁମେ ପୁଣି ସ୍ଥିତି ଦେଖାଅ ସୁନ୍ଦର ପଥ। ପତିତପାବନ ବାନା ଉଡାଇଛ ପତିତ ଉଦ୍ଧାର ପାଇଁ ବଡଦାଣ୍ଡେ ତୁମେ ରଥରେ ତ ବିଜେ ଆହେ ଜଗତର ସାଇଁ। ନନ୍ଦିଘୋଷେ ବସି ଆସୁଛ ମୋ ସୁନା ତାଳଧ୍ଵଜେ […]

Subscribe US Now