ରଥରେ ବିଜେ ଜଗନ୍ନାଥ – ଡ.ପ୍ରିୟମ୍ବଦା ସାମଲ

Views: 27
0 0
Read Time:2 Minute, 15 Second

ସଂସାରର ସ୍ରଷ୍ଟା ଜଗତ କରତା
ପ୍ରଭୁ ତୁମେ ଜଗନ୍ନାଥ
ଭାଇ ଭଉଣୀଙ୍କୁ ସଙ୍ଗତରେ ଆଣି
କରୁଛ ଯାତରା ରଥ।
ତୁମେ ପରଂବ୍ରହ୍ମ ଆଦି ଅଣାକାର
ତୁମେ ଜଗତର ନାଥ
ତୁମେ ଅଟ ସ୍ରୁଷ୍ଟି ତୁମେ ପୁଣି ସ୍ଥିତି
ଦେଖାଅ ସୁନ୍ଦର ପଥ।
ପତିତପାବନ ବାନା ଉଡାଇଛ
ପତିତ ଉଦ୍ଧାର ପାଇଁ
ବଡଦାଣ୍ଡେ ତୁମେ ରଥରେ ତ ବିଜେ
ଆହେ ଜଗତର ସାଇଁ।
ନନ୍ଦିଘୋଷେ ବସି ଆସୁଛ ମୋ ସୁନା
ତାଳଧ୍ଵଜେ ବଡ ଭାଇ
ଦେବ ଦଳରେ ଆସଇ ଭଉଣୀ
ଭକ୍ତମନ ଚମକାଇ।
ବରଷକେ ଥରେ ରଥଯାତ୍ରା ଦେଖି
ପାପ ସବୁ ଧୋଇ ଯାଏ
ତୁମ ଆଖି ଦେଖି ମୋ ଆଖିରୁ ପ୍ରଭୁ
ଲୁହ ଖାଲି ଝରୁ ଥାଏ।
କୋଟି ଜନମର ପାପ ହୁଏ ଦୂର
ଦେଖି ଦେଲେ ରଥପରେ
ମନ ମୋର ସଦା ଲାଗି ରହିଥାଉ
ତୁମରି ପାଦ ପଦ୍ମରେ।
ବିଶ୍ବ ପ୍ରସିଦ୍ଧ ଏ ଗଣପର୍ବ ପରା
ରଥଯାତ୍ରା ନାମେ ଖ୍ଯାତ
ସାରା ସଂସାର ତ ତୁମରି ଭିଆଣ
ରକ୍ଷାକର ଦୀନନାଥ।

ଡ.ପ୍ରିୟମ୍ବଦା ସାମଲ
ପାରଳାଖେମୁଣ୍ଡି, ଗଜପତି

Share this :
Next Post

ରଥଯାତ୍ରା - ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

  ଏ ସାରା ବିଶ୍ୱରେ ଭୂମିଠାରୁ ଭୂମା ଶ୍ରେଷ୍ଠ ମୋ ଭାରତ ବର୍ଷ, ତା’ମଧ୍ୟେ ଉତ୍କଳ ସର୍ବଶ୍ରେଷ୍ଠ ଅଟେ ମୋର ଜଗନ୍ନାଥ ଦେଶ, ବିଶ୍ୱ ପ୍ରସିଦ୍ଧ ତା’ ରଥଯାତ……. ବେନି ଭାଇସଙ୍ଗେ ଭଉଣୀ ସୁଭଦ୍ରା ଯାଆନ୍ତି ଉଡାଇ ନେତ ll ୧ ଆଗେ ବଳଭଦ୍ର ମଝିରେ ସୁଭଦ୍ରା ପଛେ ଜଗତରନାଥ, ସୁଦର୍ଶନ ସାଥେ ବଡଦାଣ୍ଡ ପଥେ ଯାଆନ୍ତି ଦର୍ଶନେ ମାତ, ଗୁଣ୍ଡିଚା ମାଉସୀ ମାଆଘର…… ବାହାନା ଏସବୁ ପତିତ ଉଦ୍ଧାର […]

Subscribe US Now